ଆଜିକାଲି ଟାଟୁ କରିବାର ଟ୍ରେଣ୍ଡ ବହୁତ ବୃଦ୍ଧି ପାଇଛି। ସାଧାରଣତଃ ଏହା ଶରୀରକୁ କୌଣସି କ୍ଷତି ପହଞ୍ଚାଇନଥାଏ, କିନ୍ତୁ ଏହା ଦ୍ୱାରା ଏଚ୍ଆଇଭି ହେବାର ଆଶଙ୍କା ସୃଷ୍ଟି ହୋଇଥାଏ ବୋଲି କୁହାଯାଏ। କିନ୍ତୁ ସ୍ୱିଡେନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନରେ ଦାବି କରାଯାଇଛି ଯେ, ଟାଟୁ କରିବା ଦ୍ୱାରା ସ୍କିନ୍ କ୍ୟାନ୍ସର ହେବାର ଆଶଙ୍କା ବଢିଥାଏ। ସେହିପରି ଟାଟୁ ନଥିବା ଲୋକଙ୍କ ଅପେକ୍ଷା ଟାଟୁ ହୋଇଥିବା ଲୋକଙ୍କଠାରେ ସ୍କିନ୍ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ। ଯେଉଁ ଲୋକମାନେ ୧୦ ବର୍ଷରୁ ଅଧିକ ସମୟ ଧରି ଶରୀରରେ ଟାଟୁ କରନ୍ତି ସେମାନେ ଅଧିକ ବିପଦରେ ରହିଥାନ୍ତି। ଯେତେବେଳେ ଟାଟୁରେ ଥିବା ଇଙ୍କ ତ୍ୱଚାରେ ଇଞ୍ଜେକ୍ଟ ହୁଏ, ସେତେବେଳେ ସ୍କିନ ଉପରେ ଆକ୍ରମଣ ହୋଇଥାଏ। ଏଭଳି ପରିସ୍ଥିତିରେ ରୋଗ ପ୍ରତିରୋଧକ ଶକ୍ତି ସକ୍ରିୟ ହୋଇଯାଏ ଏବଂ କାଳିର ରଙ୍ଗ ରୋଗ ପ୍ରତିରୋଧକ କୋଷ ଦ୍ୱାରା ଘେରି ରହିଥାଏ। ସେହିପରି ଇଙ୍କ ଭିତରେ କିଛି ରାସାୟନିକ ପଦାର୍ଥ ମଧ୍ୟ ଅଛି ଯାହାକୁ କ୍ୟାନ୍ସର ସୃଷ୍ଟିକାରୀ ବୋଲି ବିବେଚନା କରାଯାଏ। ଟାଟୁ ହୋଇଥିବା ଅଂଶ ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିଲେ ମଧ୍ୟ ଏହା ସ୍କିନ୍ କ୍ୟାନ୍ସର ହେବାର ଆଶଙ୍କା ବଢ଼ାଇପାରେ ।
ଟାଟୁ ପାଇଁ ବଢୁଛି କି ସ୍କିନ୍ କ୍ୟାନ୍ସର
