ମଦ ପିଇ ଘରେ ଶୋଇଥିଲେ ଡାକ୍ତର, ପରିଦର୍ଶନରେ ଆସିଲେ ବିଧାୟକ

ବେଲଗୁଣ୍ଠା: ଅବ୍ୟବସ୍ଥା ଘେରରେ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ବାହାରେ ଚକା ଚକ କିନ୍ତୁ ଭିତରେ ଭରି ରହିଛି ସମସ୍ୟାର ପାହାଡ଼ । ମେଡିକାଲ ଆସିନଥିଲେ ଡାକ୍ତର ହଟାତ ପହଞ୍ଚିଗଲେ ବିଧାୟକ ଯାହା ଦେଖିଲେ, କିଛି ସମୟ ପାଇଁ ହୋଇଗଲେ ତାଜୁବ୍ । ତେବେ ମଦ ପିଇ ଶୋଇଥିଲେ ଡାକ୍ତର, ଚିକିତ୍ସା କରୁଥିଲେ ସ୍ୱାସ୍ଥ୍ୟ କର୍ମୀ । ପରିଦର୍ଶନ ଖାତାରେ ହେଇଛି ବିଧାୟକଙ୍କ ଜାଲ ଦସ୍ତଖତ । ହଁ ଆଜ୍ଞା ଏଭଳି ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଡାକ୍ତର ଅନୁପସ୍ଥିତ ରହୁଥିବାରୁ ରୋଗୀ ସେବାରେ ବାଧା ଉପୁଜୁଥିଲା । ଏନେଇ ବିଧାୟକଙ୍କ ନିକଟକୁ ବାର ବାର ଅଭିଯୋଗ ଆସିବାରୁ ହଠାତ୍ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଅଚାନକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ କେହି ଡାକ୍ତର ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିବା ସହ କର୍ମଚାରୀଙ୍କ ସମ୍ମୁଖରେ ପରିଦର୍ଶନ ଖାତା ଯାଞ୍ଚ କରିଥିଲେ । ଖାତାରେ ବହୁ ବାର ବିଧାୟକ ତଥା ସ୍ଥାନୀୟ ଜନପ୍ରତିନିଧିଙ୍କ ସ୍ଵାକ୍ଷର ନକଲ କରାଯାଇଥିବା ଦେଖି ତାଜୁବ ହୋଇଯାଇଥିଲେ ବିଧାୟକ । ଜଣେ ଡାକ୍ତର ନିଶାଗ୍ରସ୍ତ ଅବସ୍ଥାରେ ମେଡିକାଲ ଆସିଥିଲେ କିନ୍ତୁ ତାଙ୍କୁ ପ୍ରଶ୍ନ କରିବାରୁ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ । ଯାହା ନେଇ ବିଧାୟକ ନିଜେ CDMO ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଯେଉଁମାନେ ଦାୟିତ୍ୱରେ ଅବହେଳା ଓ ଏଭଳି ବେଆଇନ କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ କହିଛନ୍ତି । ଗୋବରା ମେଡିକାଲର ଅବ୍ୟବସ୍ଥାର ଚର୍ଚ୍ଚା ପିଛା ଛାଡୁନାହିଁ । ଏଠି ମେଡିକାଲ ଅଛି ସତ କିନ୍ତୁ ଡକ୍ଟରଙ୍କର ସଂଖ୍ୟା ଘୋର ଅଭାବ, କିନ୍ତୁ ଯେଉଁ ଡାକ୍ତର ବାବୁ ଅଛନ୍ତି ଘରେ ମଦ ପିଇ ସୋଉଛନ୍ତି । ହେଲେ ଏ ସବୁ ସମସ୍ୟାର କେବେ ହେବ ସମାଧାନ ଏବଂ ଏଠାକୁ ଆସୁଥିବା ରୋଗୀଙ୍କୁ କେବେ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ସେବା ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *