ଭସାଣିରେ ବାଜିବନି ଡିଜେ

ଭୁବନେଶ୍ୱର : ଚଳିତ ବର୍ଷ ଦୁର୍ଗାପୂଜା ଏବଂ ଗଣେଶ ପୂଜା ଭସାଣିରେ ଟ୍ୱିନ ସିଟିରେ ବାଜିବନି ଡିଜେ । ଭସାଣି ଉତ୍ସବରେ ଡିଜେକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଅନୁଷ୍ଠିତ ହୋଇଥିବା କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ ପରେ ପୋଲିସ୍‌ କମିଶନର ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଅକ୍ଟୋବର ୧୪ରେ ଭସାଣି ଅନୁଷ୍ଠିତ ହେବ । ଭସାଣି ଶୋଭାଯାତ୍ରାରେ ମାତ୍ର ୬ଟି ବକ୍ସ ବଜାଇବାକୁ ଅନୁମତି ମିଳିବା ସହ ଉଭୟ ମେଲୋଡି ଓ ଭସାଣୀରେ ବି ଡିଜେ ବ୍ୟାନ୍ କରାଯାଇଛି। ଡିଜେ ବଦଳରେ ପାରମ୍ପରିକ ବାଦ୍ୟ ବାଜିବ। ସେହିପରି ଦୁର୍ଗାପୂଜାରେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିବ । ଅନ୍ୟପଟେ ପୂଜା ପାଇଁ ଜୋର ଜବରଦସ୍ତ ଚାନ୍ଦା ମାଗିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଏତଲା ହେବ ବୋଲି କହିଛନ୍ତି ପୋଲିସ୍ କମିଶନର ସଞ୍ଜୀବ ପଣ୍ଡା । ଏହାସହ ଠାକୁରଙ୍କ ବିକୃତ ମୂର୍ତ୍ତି ନିର୍ମାଣ ଓ ପୂଜା ନଜରକୁ ଆସିଲେ ସମ୍ପୃକ୍ତ ଅନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ହେବାସହ ପୂଜାକୁ ନିଶାମୁକ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *