କୋରାପୁଟରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ଆଜି ହେଉଛି ମାଣ୍ଡିଆ ଦିବସ । କୋରାପୁଟିଆ ମାଣ୍ଡିଆ ଯାହାକୁ କେବେ ଗରିବ ଲୋକଙ୍କ ଖାଦ୍ୟ ବୋଲି କୁହାଯାଉଥିଲା | ହେଲେ ଆଜି ସେହି ମାଣ୍ଡିଆକୁ ଦେଶ ବିଦେଶରେ ଲୋକମାନଙ୍କ ପ୍ରିୟ ଖାଦ୍ୟ ହୋଇଛି। କାହିଁକି ନା ମାଣ୍ଡିଆ ଏକ ପୁଷ୍ଟିକର ଖାଦ୍ୟ ।ମାଣ୍ଡିଆ ଆଦିବାସୀ ସଂସ୍କୃତି ସହ ବହୁ ଆଗରୁ ଜଡ଼ିତ। ଏହି ପରିପ୍ରେକ୍ଷୀରେ କୋରାପୁଟ ସଦଭାବନା ସଭାଗୃହରେ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ। ପୃଷ୍ଟିଶସ୍ୟ ମାଣ୍ଡିଆ ଚାଷ ଓ ଏହାର ଦୈନିକ ବ୍ୟବହାରକୁ ଜନମାନସରେ ବଢ଼ାଇବା ପାଇଁ ମୂଳ ଲକ୍ଷ୍ୟ ରଖାଯାଇଛି ।
ତେବେ ମାଣ୍ଡିଆ କେବଳ ଏକ ଧାନ୍ୟ ନୁହେଁ, ଏହା ହେଉଛି ଗାଁ ଅର୍ଥନୀତି ଓ ସ୍ୱାସ୍ଥ୍ୟର ଆଧାର। ଆମେ ସମସ୍ତେ ନିତିଦିନ ଖାଦ୍ୟ ଭାବେ ମାଣ୍ଡିଆକୁ ବ୍ୟବହାର କଲେ, ଚାଷୀ ମାନେ ଉପକୃତ ହେବେ ଓ ଆମ ସ୍ୱାସ୍ଥ୍ୟର ଉନ୍ନତ ହେବ। ଉତ୍ସବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲାପାଳଙ୍କ କହିବା ଅନୁଯାୟୀ , କୋରାପୁଟ ଜିଲ୍ଲାରେ ପ୍ରାୟ ୩୦ ହଜାର ଚାଷୀ ମାଣ୍ଡିଆ ଚାଷ ସହିତ ଜଡ଼ିତ ଅଛନ୍ତି। ପ୍ରତିବର୍ଷ ପ୍ରାୟ ୨.୫ ଲକ୍ଷ କ୍ୱିଣ୍ଟାଲ ମାଣ୍ଡିଆ ଉତ୍ପାଦନ ହେଉଛି। ନୂତନ ଚାଷ ପ୍ରଣାଳୀ ଓ ଗବେଷଣା ମାଧ୍ୟମରେ ଉତ୍ପାଦନ ବୃଦ୍ଧି ପାଇଁ ଚାଷୀମାନଙ୍କୁ ତାଲିମ ଦିଆଯାଉଛି।
ମାଣ୍ଡିଆ କେବଳ ପାରମ୍ପରିକ ଖାଦ୍ୟ ନୁହେଁ, ଏହା ଗ୍ଲୋବାଲ ସୁପର ଫୁଡ୍ ଭାବେ ପରିଚିତ ହେଉଛି। ଚାଷୀ ଓ ମହିଳା ମାନେ ଏହାର ଉତ୍ପାଦନ କରି ସ୍ଵାଧୀନ ହେଉଛନ୍ତି। ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, ସିଡ୍ ଗାର୍ଲ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତି ଓ ଅନ୍ୟାନ୍ୟ ଅତିଥି ମାନେ ସମ୍ମାନିତ ଭାବେ ଯୋଗଦେଇ ଥିଲେ। ମାଣ୍ଡିଆ ଚାଷ ଓ ପ୍ରସ୍ତୁତିରେ ଉଲ୍ଲେଖନୀୟ ଭାବେ ଅଗ୍ରଗତି କରିଥିବା ୧୨ ଜଣ ପ୍ରଗତିଶୀଳ ଚାଷୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *