ଏଣିକି ରୋଗ ଜାଣିବେ ୧୦ ବର୍ଷ ପୂର୍ବରୁ…

୨୫/୦୭ ଭୁବନେଶ୍ୱର:- ହଁ ଆଜ୍ଞା, କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ, ଏଣିକି ରୋଗ ହେଲାପରେ କିମ୍ବା ରୋଗର ଲକ୍ଷଣରୁ ନୁହେଁ ୧୦ ବର୍ଷ ଆଗରୁ ଜାଣିପାରିବେ ଆପଣାକୁ କେଉଁ ରୋଗ ହେବାକୁ ଯାଉଅଛି ଯାହାଦ୍ୱାରା ସତର୍କତା ଜାରି ରଖିପାରିବେ l
ନେଚର ମେଡିସିନ୍‌ରେ ଏକ ଅନୁସନ୍ଧାନ ପ୍ରକାଶ ପାଇଛି। ଯେଉଁଥିରେ ୟୁକେ ବାୟୋବ୍ୟାଙ୍କ ଫାର୍ମା ପ୍ରୋଟୋମିକ୍ସ ପ୍ରୋଜେକ୍ଟର ତଥ୍ୟ ସମ୍ବନ୍ଧରେ ସୂଚନା ପ୍ରକାଶ ପାଇଛି। ଅନୁସନ୍ଧାନ ଅନୁଯାୟୀ, ବ୍ରିଟେନର ୪୦ହଜାର ଲୋକଙ୍କଠାରୁ ପ୍ଲାଜମା ପ୍ରୋଟିନ୍ ପାଇଁ ୩ ହଜାର ନମୁନା ସଂଗ୍ରହ କରାଯାଇଥିଲା। ୨୦୮ ରୋଗ ପରିପ୍ରେକ୍ଷୀରେ ପ୍ରୋଟିନ୍ ତଥ୍ୟରୁ ଏକ ମଡେଲ୍ ପ୍ରସ୍ତୁତ କରାଯାଇଥିଲା। ଯାହା ୧୦ ବର୍ଷ ପୂର୍ବରୁ ବିରଳ ରୋଗ ହେବାର ଆଶଙ୍କାର ପୂର୍ବାନୁମାନ କରିପାରିବ।
ଏହି ମଡେଲ୍ ସେହି ଲୋକମାନଙ୍କ ବିଷୟରେ ୧୦ ବର୍ଷ ପୂର୍ବରୁ ତଥ୍ୟ ପ୍ରକାଶ କରିପାରିବ। ଲଣ୍ଡନର କୁଇନ୍ ମେରି ୟୁନିଭରସିଟିର ଲିଡ୍ ଲେଖକ ପ୍ରଫେସର କ୍ଲାଉଡିଆଙ୍କ ଅନୁଯାୟୀ ପ୍ରଥମ ୨୦ ଟି ନମୁନା ସମସ୍ତ ନମୁନାରୁ ଅଲଗା କରାଯାଇଥିଲା। ତା’ପରେ ସେଥିମଧ୍ୟରୁ ୫ ଟି ଚୟନ କରାଯାଇଥିଲା।

ପରେ ଏକ ଗୁରୁତ୍ୱପୂର୍ଣ୍ଣ ନମୁନା ଉପରେ ଅଧ୍ୟୟନ କରାଯାଇଥିଲା। ହୃଦଘାତର ନିରାକରଣ ପାଇଁ ଟ୍ରପୋନିନ୍ (ପରୀକ୍ଷା) ପଦ୍ଧତି ବ୍ୟବହୃତ କରାଯାଇଥିଲା। ପ୍ରୋଟିନ୍ ମାପିବା ପାଇଁ ଏହି ପଦ୍ଧତି ବ୍ୟବହୃତ ହୋଇଥାଏ। କ୍ଲାଉଡିଆ ଏବଂ ଡାକ୍ତର ଜୁଲିଆ କାରାସ୍କୋ କହିଛନ୍ତି ଯେ ହଜାର ହଜାର ଲୋକଙ୍କ ପ୍ରୋଟିନରୁ ନୂତନ ମାର୍କର ଚିହ୍ନଟ କରିଥିବାରୁ ସେମାନେ ଉତ୍ସାହିତ ଅଛନ୍ତି। ଏହା ରୋଗୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣି ପାରିବ।

Leave a Reply

Your email address will not be published. Required fields are marked *