ସେତୁ ଉପରୁ ମହାନଦୀକୁ ଡେଉଁଥିଲେ ଭିନ୍ନକ୍ଷମ ଯୁବତୀ

ବୌଦ୍ଧ-କିଆକଟା ସେତୁ ଉପରୁ ମହାନଦୀ ପାଣିକୁ ଡେଇଁବାକୁ ଉଦ୍ୟମ କରୁଥିବା ଜଣେ ଭିନ୍ନକ୍ଷମ ଯୁବତୀକୁ ଉଦ୍ଧାର କଲେ ଲୋକେ। ଖବର ପାଇ କିଆକଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ନିଜ ହେପାଜତକୁ ନେଇ ପଚରା ଉଚରା ଜାରି ରଖିଛି। ଆଜି ମଧ୍ୟାହ୍ନ ୧୨ଟା ସମୟରେ ବୌଦ୍ଧ-କିଆକଟା ସେତୁ ଉପରୁ ମହାନଦୀ ପାଣିକୁ ଜଣେ ଭିନ୍ନକ୍ଷମ ଯୁବତୀ ଡେଇଁବାକୁ ପ୍ରୟାସ କରୁଥିଲେ। ସେହିବାଟ ଦେଇ ଯାଉଥିବା କିଛିଲୋକ ଉପସ୍ଥିତ ବୁଦ୍ଧି ଖଟାଇ ତକ୍ଷଣାତ ତାଙ୍କୁ ପଛପଟୁ ଧରି ରକ୍ଷା କରିଥିଲେ। ଖବରପାଇ କିଆକଟା ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର ହୋଇଥିବା ଯୁବତୀଙ୍କୁ ନିଜ ହେପାଜତରେ ଥାନାକୁ ନେଇ ପଚରା ଉଚରା କରିଥିଲା। ପଚରା ଉଚରା ବେଳେ ଯୁବତୀ ଜଣକ ଠାରରେ ଉତ୍ତର ଦେବାରୁ ସେ ଜଣେ ଭିନ୍ନକ୍ଷମ ଯୁବତୀ ବୋଲି ଜଣାପଡିଛି । ସେହିପରି ସେ ଏକ କାଗଜରେ ନିଜଘର ବାପା ଓ ଭାଇଙ୍କ ନାଁ ଲେଖିଥିଲେ। ତଦନୁସାରେ ତାଙ୍କ ଘର ବୌଦ୍ଧ ଜିଲ୍ଲା ଜହ୍ନାପଙ୍କ ଫାଣ୍ଡି ଅନ୍ତର୍ଗତ ବେନ୍ଦିଲିପାଲି ଗ୍ରାମରେ ବୋଲି ଜଣାପଡ଼ିଛି। ତାଙ୍କର ସାଙ୍କେତିକ ଭାଷାରେ ଜଣାଇଥିଲେ ସେ ସେତୁ ଉପରେ ଛିଡା ହୋଇ ସେଲଫି ନେଉଥିଲେ। ହଠାତ ଜଣେ ବ୍ୟକ୍ତି ତାଙ୍କଠାରୁ ମୋବାଇଲ ଫୋନକୁ ଛଡାଇ ନେଇ ପଳାଇଥିଲା। ଫୋନ ନେଇଯିବାରୁ ସେ କାନ୍ଦିକାନ୍ଦି ସେତୁ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। ସେହି ସମୟରେ ସୋଭାଗ୍ୟକୁ ସେତୁ ଉପରେ ଘଟଣା ସ୍ଥଳ ଦେଇ ଯାଉଥିବା କିଛିଲୋକ ତାଙ୍କୁ ପଛପଟୁ ଧରି ଦେଇଥିଲେ। ଫଳରେ ଏକ ବଡ ଧରଣର ଅଘଟଣ ଘଟୁଘଟୁ ବର୍ତ୍ତି ଯାଇଥିଲା।

Leave a Reply

Your email address will not be published. Required fields are marked *