ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିର ଖବର । ଆଇପିଏଲ ମ୍ୟାଚରେ ନଜର ଆସିବେ କ୍ୟାପଟେନ କୁଲ । ପୁଣି ପିନ୍ଧିବେ ଏଲୋ ଜର୍ସି । ୨୦୨୬ ଆଇପିଏଲରେ ନଜର ଆସି ପାରନ୍ତି ମହେନ୍ଦ୍ର ସିଂ ଧୋନୀ । ଫ୍ୟାନ୍ସଙ୍କ ଯାହା ଅପେକ୍ଷା ଥିଲା ତାହା କିଛି ମାତ୍ରାରେ ସ୍ପଷ୍ଟ ହୋଇଛି । ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିପାରନ୍ତି ଧୋନୀ । ଏମିତି କିଛି ହିଣ୍ଟ ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗର ସିଇଓ । ସିଇଓ କାଶୀ ବିଶ୍ୱନାଥ ଗଣ ମାଧ୍ୟମ ସାମନ୍ନାରେ ଏପରି ବୟାନ ଦେଇଛନ୍ତି । ନିଜ ବୟାନରେ ସେ କହିଛନ୍ତି ଧୋନୀ ଆଗାମୀ ବର୍ଷ ଆଇପିଏଲରେ ଖେଳିବେ ତାହା ତାଙ୍କ ବିଶ୍ୱାସ ଅଛି । ଧୋନୀ ଆଇପିଏଲ ଆରମ୍ଭରୁ ହିଁ ସିଏସକେର ମୁଖ୍ୟ ଚେହେରା ରହିଛନ୍ତି । ୨୦୦୮ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦଳର ଅଧିନତ୍ୱ କରିଛନ୍ତି । ଯଦି ଧୋନୀ ୨୦୨୬ ମସିହା ଆଇପିଏଲରେ ଖେଳନ୍ତି ତେବେ ଏହା ଚେନ୍ନାଇ ସୁପର କିଙ୍ଗ ସହ ତାଙ୍କର ୧୭ତମ ସିଜନ ହେବ । ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନତ୍ୱରେ ସିଏସକେ ୫ଥର ଅର୍ଥାତ ୨୦୧୦, ୨୦୧୧, ୨୦୧୮,୨୦୨୧, ଏବଂ ୨୦୨୩ ମସିହାରେ ବିଜୟୀ ହୋଇଛି । ଯଦି ୨୦୨୬ ମସିହାରେ ଧୋନୀଙ୍କ କମ୍ ବ୍ୟାକ ହୁଏ ସିଏସକେର ଭାଗ୍ୟ କଣ ରହିବ ତାହା ଫ୍ୟାନ୍ସଙ୍କ ମନରେ ନୂଆ ଉତ୍ସାହ ସୃଷ୍ଟି କରୁଛି । ଆଇପିଏଲରେ ଧୋନୀଙ୍କୁ ଖେଳୁଥିବାର ଦେଖିବା ତାଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ବଡ଼ ଖୁସିର ବିଷୟ ହେବ ।
ଧୋନୀଙ୍କ କମ୍ ବ୍ୟାକ୍, ଆଇପିଏଲରେ ଧୋନୀ
