Paracetamol Fail Quality Test: ଆପଣ ଯଦି ଜ୍ୱର ହେଲେ ତୁରନ୍ତ ପାରାସିଟାମୋଲ ଖାଉଥାନ୍ତି, ତେବେ ସାବଧାନ ରୁହନ୍ତୁ। ଦେଶରସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ସର୍ବଶେଷ ମାସିକ ଡ୍ରଗ୍ ଆଲର୍ଟ ଜାରି କରିଛି। ଏଥିରେ ପାରାସିଟାମୋଲ ସମେତ ୫୩ ମେଡିସିନ୍ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି। ଏହି ଔଷଧଗୁଡ଼ିକରେ କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ଟେବେଲେଟ୍ ଏବଂ ଉଚ୍ଚ ରକ୍ତଚାପ ପାଇଁ ମେଡିସିନ୍ ମଧ୍ୟ ଅନ୍ତର୍ଭୁକ୍ତ। ଏହି ରିପୋର୍ଟ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ାଇଛି।
CDSCO ଏହି ୫୩ ମେଡିସିନକୁ ନୋ ଅଫ୍ ଷ୍ଟାଣ୍ଡାର୍ଡ କ୍ୱାଲିଟି (NSQ) ଆଲର୍ଟ ଭାବରେ ଘୋଷଣା କରିଛି। NSQ ଆଲର୍ଟ ଷ୍ଟେଟ୍ ଡ୍ରଗ୍ ଅଧିକାରୀ ଦ୍ୱାରା ପରିଚାଳିତ ଅନିୟମିତ ମାସିକ ନମୁନା ସଂଗ୍ରହରୁ NSQ ଆଲର୍ଟ ସୃଷ୍ଟି ହୁଏ। ଗୁଣାତ୍ମକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିବା ମେଡିସିନ୍ ଗୁଡ଼ିକରେ ଭିଟାମିନ୍ ସି ଏବଂ D3 ଟାବଲେଟ୍ ଶେଲକାଲ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ଭିଟାମିନ୍ ସି ସଫ୍ଟଗେଲ୍ସ, ଆଣ୍ଟିସିଡ୍ ପାନ୍-ଡି, ପାରାସିଟାମଲ୍ ଟାବଲେଟ୍ ଆଇପି ୫୦୦ ମିଗ୍ରା, ଡାଇବେଟିସ୍ ମେଡିସିନ୍ ଗ୍ଲାଇମିପିରାଇଡ୍ ଅନ୍ତର୍ଭୁକ୍ତ।
ଏହି ମେଡିସିନ୍ ଗୁଡିକ ହେଟେରୋ ଡ୍ରଗ୍, ଆଲକେମ୍ ଲାବୋରେଟୋରୀ, ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସ ଲିମିଟେଡ୍, କର୍ଣ୍ଣାଟକ ଆଣ୍ଟିବାୟୋଟିକ୍ ଏବଂ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍, ମେଗ୍ ଲାଇଫ ସାଇନ୍ସ ଓ ପ୍ୟୁର ଆଣ୍ଡ କ୍ୟୁର ହେଲ୍ଥ କେୟାର ଭଳି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଏ। ପେଟ ସଂକ୍ରମଣ ଯାଞ୍ଚ କରିବା ପାଇଁ ବହୁଳ ଭାବରେ ବ୍ୟବହୃତ ହେଉଥିବା ମେଟ୍ରୋନିଡାଜୋଲ ମଧ୍ୟ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି। ଏହି ମେଡିସିନ୍ PSU କମ୍ପାନୀ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ। କିନ୍ତୁ,ଏହି କମ୍ପାନୀଗୁଡିକ ଏଥିରେ ନିଜ ଦାୟିତ୍ୱ ନିର୍ବାହ କରୁଥିବା ପରି ମନେ ହେଉନାହିଁ।