ଅଭିନେତା ବିଜୟଙ୍କ ପାର୍ଟି ରାଲିରେ ହୋଇଥିବା ଦଳଚକଟାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି

ତାମିଲନାଡୁ: ତାମିଲନାଡୁରେ ଟିଭିକେ ମୁଖ୍ୟ ତଥା ତାମିଲ ଅଭିନେତା ବିଜୟଙ୍କ ନିର୍ବାଚନୀ ରାଲିରେ ଶନିବାର ରାତିରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ଡିଏମକେ ଦଳାଚକଟା ପାଇଁ ବିଜୟଙ୍କୁ ଦୋଷ ଦେଉଥିବାବେଳେ ଟିଭିକେ କ୍ଷମତାସୀନ ନେତାଙ୍କ ଷଡ଼ଯନ୍ତ୍ର ପାଇଁ ଏପରି ଦଳାଚକଟା ପରିସ୍ଥିତି ଉପୁଜିଲା ବୋଲି କହିଛି । ତେବେ ଏହି ଘଟଣାର ସିବିଆଇ ତଦନ୍ତ ଦାବିରେ ଟିଭିକେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଇତିମଧ୍ୟରେ ତାମିଲନାଡୁ ସରକାରଙ୍କ ଦ୍ୱାରା ଗଠିତ ଯାଞ୍ଚ ଟିମ୍ ଏହି ମାମଲାର ତଦନ୍ତ ଆରମ୍ଭ କରିଛି। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟର ଏକ ପ୍ରତିନିଧି ଦଳ ମଧ୍ୟ ଘଟଣାସ୍ଥଳକୁ ଯିବ ବୋଲି ଘୋଷଣା କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କରୁର ଗସ୍ତ କରି ପୀଡିତ ପରିବାରକୁ ଭେଟିଛନ୍ତି। ଅନ୍ୟପଟେ ବିଜୟଙ୍କ ଘରକୁ ବୋମା ମାଡ଼ କରି ଉଡାଇଦେବାକୁ ଧମକ ଦିଆଯାଇଛି। ଏହି ମାମଲରେ ଦାଏର ହୋଇଥିବା ଏଫ୍‌ଆଇଆରରେ ବିଜୟଙ୍କୁ ହିଁ ଦାୟୀ କରାଯାଇଛି |

Leave a Reply

Your email address will not be published. Required fields are marked *