ଦେଖିବାକୁ ଗଲେ ଆଜିକାଲି ଭାରତରେ ଅଧିକାଂଶ ଯୁବପିଢ଼ି ଆତ୍ମହତ୍ୟା କରୁଛନ୍ତି l କିଏ ଆତ୍ମହତ୍ୟାରୁ ବଞ୍ଚି ଯାଉଛି ତ କିଏ ଦୁନିଆ ଛାଡି ଚାଲି ଯାଉଛି ପୁଣି କିଏ ମୃତ୍ୟୁ ସହ ଦିନ ତମାମ ଲଢେଇ କରୁଛି l ଦିନକୁ ଦିନ ଦୁନିଆ ଆଧୁନିକତା ଆଡକୁ ଗତି କରୁଛି ଆଜିକା ସମୟରେ ମଣିଷ କିଛି ବି କରିପାରୁଛି...କିନ୍ତୁ ଆପଣ ଜାଣିଛନ୍ତି କି ଏଣିକି ମାରିବା ପାଇଁ ଆଉ କଷ୍ଟ ସହିବାକୁ ପଡ଼ିବନି ଏଣିକି ଆପଣ ଚାହିଁଲେ ୧ ମିନିଟ ମଧ୍ୟରେ ବିନା କୌଣସି ଯନ୍ତ୍ରଣାରେ ଆପଣ ସହଜରେ ମୃତ୍ୟୁ କରିପାରିବେ l ମଣିଷ ତିଆରି କରିସାରିଛି ଏମିତି ଏକ ମେସିନ....

ସ୍ୱିଜରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ଇଚ୍ଛାମୃତ୍ୟୁ ଚାଁହୁଥିବା ଲୋକଙ୍କ ପାଇଁ ଏକ ବଡ ତଥା ଗୁରୁତ୍ୱପୂର୍ଣ ପଦକ୍ଷେପ ନିଆଯାଇଛି l ଲୋକଙ୍କ ଇଚ୍ଛାମୃତ୍ୟୁ ପାଇଁ ଏଠାରେ ସ୍ଥାନାନ୍ତର କରି ହେଉଥିବା ଏକ ମେସିନ ତିଆରି କରାଯାଇଛି l ଯେଉଁଥିରେ କୌଣସି ଡାକ୍ତର ତଦାରଖ ବିନା ମୃତ୍ୟୁ ହୋଇପାରିବ l ସର୍କୋ କ୍ୟାପ୍ସୁଲ ନାମକ ଏହି ମେସିନ ୨୦୧୯ରେ ତିଆରି କରାଯାଇଥିଲା l
ଆତ୍ମହତ୍ୟା ମେସିନ୍ ବ୍ୟବହାରକୁ ସ୍ୱିଜରଲ୍ୟାଣ୍ଡର ସରକାର ଆଇନଗତ ଅନୁମୋଦନ ଦେଇଛନ୍ତି। ଏହାକୁ ପ୍ରସ୍ତୁତ କରୁଥିବା କମ୍ପାନୀ ଦାବି କରିଛି ଯେ ଏହି ମେସିନ୍ ସହିତ ଯେକୌଣସି ବ୍ୟକ୍ତି 1 ମିନିଟ୍ ମଧ୍ୟରେ କୌଣସି ଯନ୍ତ୍ରଣା ବିନା ମରି ପାରିବେ | ଏହି ମେସିନ୍ ଏକ କଫିନ୍ ଆକାରରେ ତିଆରି |