ଅଣଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଣଛାତ୍ର ରହୁଥିବାରୁ କ୍ୟାମ୍ପସ୍ରେ ଉତ୍ତେଜନା ଲାଗି ରହିଛି । ମଙ୍ଗଳବାର ହଷ୍ଟେଲ୍ ଯାଞ୍ଚ କରିବାକୁ ଯିବା ସମୟରେ ଅଣଛାତ୍ରମାନେ ଡେପୁଟି ୱାର୍ଡେନ୍ ଓ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତାଲା ପକାଇବା ସହ ଢେଲା ଓ ପଥରମାଡ଼ କରିଥିଲେ । ତେବେ ବୁଧବାର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଚେତାବନୀ ପରେ କ୍ୟାମ୍ପସ୍ରୁ ଅଣଛାତ୍ରଙ୍କୁ ବାହାର କରିବା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି । ଗୁରୁବାର ଡେଡ୍ଲାଇନ୍ ଥିବାରୁ ରେସିଡେନ୍ସିଆଲ୍ କମିଟି ବୈଠକ ବସି ଅଣଛାତ୍ରଙ୍କୁ ବାହାର କରିବାକୁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ ବୋଲି ଜଣେ ବରିଷ୍ଠ ଅଧ୍ୟାପକ ସୂଚନା ଦେଇଛନ୍ତି ।
ସରିଲା ଡେଡ଼ଲାଇନ, ଆଜିଠୁ କାର୍ଯ୍ୟାନୁଷ୍ଠାନ
