ବଣାଇ, ୨୩/୦୭: କମୁନି ହାତୀ ଆତଙ୍କ | ଦିନେ କି ଦୁଇଦିନ ନୁହେଁ ପ୍ରାୟ କିଛି ଦିନ ହେଲାଣି ବଣାଇଁ ଅଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଉଛି | ହେଲେ ଏହାର ପ୍ରତିକାର କ୍ଷେତ୍ରରେ ବନ ବିଭାଗ ବିଫଳ। ହାତୀ ଘୋଉଡାଇ ବାକୁ ଚେଷ୍ଟା କରୁଥିଲେ ମଧ୍ୟ ହାତୀ ଯିବାର ନା ନେଉନାହିଁ। ଏପଟେ ରାତି ହେଲେ ନିକଟ ଜଙ୍ଗଲରୁ ବାହାରି ବିଭିନ୍ନ ଗାଁରେ ବୁଲି ବୁଲି ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରୁଛି ଗୋଠଛଡା ଦନ୍ତାହାତୀ ।
ତେବେ ଗତକାଲି ରାତିରେ ଗୋଠଛଡା ହାତୀଟି କୁଲ୍ହ ସାହିରେ ପଶି ସିତଲ ମୁଣ୍ଡାଙ୍କ ପରିବାର ରାତିରେ ଶୋଇଥିବା ବେଳେ ହାତୀଟି ଘର ଭାଙ୍ଗୁ ଥିବାରୁ ସେମାନେ ଜୀବନ ବିକଳରେ ଘରୁ ବାହାରି ଦୌଡ଼ି ପଳାଇ ଥିଲେ। ଉକ୍ତ ସାହିର ଲୋକେ ହାତୀ ଭୟରେ ଘର ଉପରେ ଶୋଇଥିବା ଦେଖିବାକୁ ମିଳିଛି ଠିକ୍ ସେହି ପରି ଶୁଣ୍ଡିକୋଣ ସାହିର ଯୋଶଦା ବାରିକ ଘର ସମ୍ପୁର୍ଣ୍ଣ ଭାଙ୍ଗି ଚୁରମାର କରି ଦେଇଛି ହାତୀ | ସେମାନେ ମଧ୍ୟ ଜୀବନ ବିକଳରେ ଘରର ଝରକା ବାଟେ ବାହାରକୁ ଚାଲି ଆସିଥିଲେ। ବର୍ତ୍ତମାନ ବର୍ଷା ରୁତୁ ସମୟ ବେଳେ ଘର ଭାଙ୍ଗି ଦେଇ ଥିବାରୁ ଏବେ ସେମାନେ ଅସହାୟ ଅବସ୍ଥାରେ ପଡି ଯାଇଛନ୍ତି । ତେବେ ଉଭୟ ଦୁଇଟି ସାହିର ପରିବାର ବର୍ଗଙ୍କୁ ବନ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେଇ ସେମାନଙ୍କୁ କ୍ଷତି ପୂରଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।