ଜଣାଶୁଣା କମେଡିଆନ ଜସବିନ୍ଦର ଭଲ୍ଲାଙ୍କର ପରଲୋକ ହୋଇଛି । ଏହା ସହ ପଞ୍ଜାବ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟକା ଲାଗିଛି । ଆଜି ସକାଳୁ ମୋହାଲିର ଏକ ହସ୍ପିଟାଲରେ ୬୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜସବିନ୍ଦର । କିଛି ଦିନ ହେବ ଜସବିନ୍ଦର ଅସୁସ୍ଥ ଥିଲେ । ଦିନେ ତାଙ୍କ ଅଭିନୟ ଯାଦୁରେ ସମସ୍ତଙ୍କୁ ହସାଉଥିଲେ କିନ୍ତୁ ଆଜି ସମସ୍ତଙ୍କୁ କନ୍ଦାଇ ଚାଲିଯାଇଛନ୍ତି । ମହାଲୀରେ ବାଲୋହି ସ୍ଥିତ ଶଶ୍ମାନ ଘାଟରେ ଜସବିନ୍ଦରଙ୍କ ଶେଷକୃତ୍ୟ ହେବ । ତାଙ୍କ ବିୟୋଗରେ ଫ୍ୟାନ୍ସ ଓ ସାଥୀ କଳାକାରମାନେ ଶୋକ ପ୍ରକାଶ କରିଛନ୍ତି ।
ଜସବିନ୍ଦର ଭଲ୍ଲା ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀର ବଡ଼ ନାମ ଥିଲେ । ଭଲ୍ଲାଙ୍କ ଜନ୍ମ ୪ ମଇ ୧୯୬୦ ଲୁଧିଆନା ସହରରେ ହୋଇଥିଲା । ତାଙ୍କ କ୍ୟାରିଅର ୧୯୮୮ରୁ କମେଡି ଶୋରୁ ଆରମ୍ଭ ହୋଇଥିଲା । ସେ ଫିଲ୍ମ ଦୁଲ୍ଲା ଭଟ୍ଟୀରେ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କ ଷ୍ଟେଜ ଶୋ ‘ନଟି ବାବା ଇନ ଟାଉନ’ ଶୋ କାନାଡା ଏବଂ ଅଷ୍ଟ୍ରେଲିଆରେ ପ୍ରଦର୍ଶନ କରିଛନ୍ତି ।
କମେଡିଆନ ଜସବିନ୍ଦର ଭଲ୍ଲାଙ୍କ ପରଲୋକ
