୧୬ ଚକିଆ ଟ୍ରକ ସହିତ ଆଇଚର୍ ଗାଡି ଧକ୍କା ! ୨ ଜଣ ଗୁରୁତର

ଅନୁଗୁଳ: ଅନୁଗୁଳ ସମ୍ବଲପୁର ୫୫ ଜାତୀୟ ରାଜପଥ ର ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ବ୍ଲକ ବଇଣ୍ଡା ନିକଟସ୍ଥ କଦଳୀ ମୁଣ୍ଡା ଠାରେ ଏକ ୧୬ ଚକିଆ ଗାଡି ନଂ OD 35 G 8327 ଟ୍ରକ ସହିତ ଗାଡି ଆଇ ଚର ମିନି ଟ୍ରକ ଗାଡି ନଂ OD 33A S 7262 ସାମନା ସାମିନି ଧକ୍କା ହୋଇଥିବା ଦେଖିବାକୁ ମିଳିଛି l ଉକ୍ତ ଦୁର୍ଘଟଣା ରେ ୨ଜଣ ବ୍ୟକ୍ତି ଗୁରୁତର ହୋଇଥିବାରୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଓ ଫାଣ୍ଡି କର୍ମଚାରୀଙ୍କ ଯୋଗେ ତାଙ୍କୁ ପ୍ରଥମେ ବଇଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରେ ଅନୁଗୋଳ ମୁଖ୍ୟାଳୟ କୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ମାନେ ହେଲେ ଦିପୁ ମହାଭୋଇ (ଗୁଡ଼ିଆକଟେନି ଚାଳକ) ଓ ବ୍ରଜବନ୍ଧୁ ପ୍ରଧାନ ରନ୍ତଳେଇ। କୋଇଲା ଟ୍ରକ ଚାଳକ କୁପୋଲିସ ଅଟକ ରଖି ଉଭୟ ଗାଡ଼ି ଜବତ କରି ଏକ ମାମଲା ରୁଜ୍ଜୁ କରିଛି।ଆଠମଲ୍ଲିକ ଦିଗ ରୁ ଆସୁଥିବା ସମସ୍ତ ଗାଡ଼ି ବଇଣ୍ଡା ଅଣ୍ଡର ପାସ ମଧ୍ୟରେ ନ ଆସି ଭୁଲ ଦିଗରେ ଯାଉ ଥିବାରୁ ଦୁର୍ଘଟଣାର ଘଟୁଛି। ଏ ଆଇ ପି ଏଲ ର ମନମୁଖୀ କାର୍ଯ୍ୟ କୁ ନେଇ ଅଞ୍ଚଳ ବାସୀ ଅସନ୍ତୋଷ କରିବା ସହିତ ଅଣ୍ଡର ପାସ ଦେଇ ଯାଇ ଥିବା ଅପ୍ରୋଚ ରୋଡ କୁ ଯଥା ଶୀଘ୍ର ପିଚୁ କରିବା ପାଇଁ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *