ରାଜ୍ୟରେ ଲଘୁଚାପ ଜାରି ରହିଥିବାବେଳେ ବିଭିନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି l ମୟୂରଭଞ୍ଜ ଜିଲ୍ଲାର ବେତନଟୀ ମହାବିଦ୍ୟାଳୟ ଓ ଛାତ୍ରୀ ନିବାସ ପରିସର ଜଳମଗ୍ନ ହୋଇଛି l କଲେଜର ଯୁଆଡେ ଦେଖିବ ସିଆଡେ ପାଣି ଭର୍ତ୍ତି l ଦୀର୍ଘ ବର୍ଷ ଧରି କଲେଜରେ ଡ୍ରେନେଜ ବ୍ୟବସ୍ଥା ନଥିବାରୁ ବାରମ୍ବାର ଏପରି ସମସ୍ୟା ଦେଖିବାକୁ ମିଳୁଛି l ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାମାନେ କଲେଜକୁ ଓ ଛାତ୍ରୀମାନେ ଛାତ୍ରୀ ନିବାସକୁ ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି l ବହୁ ଦିନ ଧରି ବର୍ଷା ପାଣି ଜମି ରହିବା ଫଳରେ ମଶାମାଛି ରୋଗ, ଜୀବାଣୁଙ୍କ ବଂଶ ବିସ୍ତାର ବଢିବା ଯୋଗୁଁ ଅନେକ ମହାମାରୀ ରୋଗର ଭୟ ରହୁଛି l ଏଣୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ବେତନଟୀ କଲେଜ ପରିସରରେ ଡ୍ରେନେଜ ବ୍ୟବସ୍ଥା ନିତ୍ୟାନ୍ତ ଆବଶ୍ୟକ l
ବର୍ଷାରେ ବେହାଲ କଲେଜ ପରିସର
