ରାଜ୍ୟରେ ଆହୁରି ବଢିବ ଥଣ୍ଡା

ରାଜ୍ୟରେ ଆହୁରି ଥଣ୍ଡା ବଢିବ। ଆସନ୍ତାକାଲି ରାତିର ତାପମାତ୍ରା ୩ରୁ ୪ ଡିଗ୍ରି ଖସିବ। ଫୁଲବାଣୀ, କୋରାପୁଟ ଭଳି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ପର୍ଯ୍ୟନ୍ତ କମିବାକୁ ଥିବା ବେଳେ ସୁନ୍ଦରଗଡ଼, ରାଉରକେଲା, କେନ୍ଦୁଝରଗଡ଼, ଅନୁଗୁଳ, ଢେଙ୍କାନାଳରେ ପାରଦ ୧୬ ଡିଗ୍ରିକୁ ଖସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରହିଥିଲା। ଫୁଲବାଣୀରେ ୧୪, କୋରାପୁଟରେ ୧୫.୪, ରାଉରକେଲାରେ ୧୬.୨, ଝାରସୁଗୁଡ଼ା ଓ କେନ୍ଦୁଝରରେ ୧୬.୮, ଢେଙ୍କାନାଳରେ ୧୭, ଅନୁଗୁଳରେ ୧୭.୮, ନବରଙ୍ଗପୁରରେ ୧୮.୫, ସୁନ୍ଦରଗଡ଼ରେ ୧୮.୬ ଡିଗ୍ରି ଥିଲା। ଭୁବନେଶ୍ଵର ଓ କଟକ ସହରର ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ୧୯ ଡିଗ୍ରି ଉପରକୁ ଚାଲିଯାଇଛି।

Leave a Reply

Your email address will not be published. Required fields are marked *