ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଏବେ ଆକ୍ସନ ମୋଡ଼ରେ। ପୂର୍ବରୁ ବିଜେଡି ସରକାର କରିଥିବା ଅନେକ ଯୋଜନାକୁ ବନ୍ଦ କରିବା ସହ ଆଉ କିଛି ଯୋଜନାର ମଧ୍ୟ ନାମ ନବୀକରଣ କରାଯାଉଛି। ୨୦୨୪ ନିର୍ବାଚନ ବେଳେ ବିଜେଡି ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରିଥିବା ଯୋଜନା ନୂଆ ଓ କାର୍ଯ୍ୟକ୍ରମକୁ ବର୍ତ୍ତମାନ ବନ୍ଦ କରିଦେଇଛନ୍ତି ମୋହନ ସରକାର। ପୁଣି ରାଜ୍ୟ ସରକାରଙ୍କ ପକ୍ଷରୁ UG ଏବଂ PG ଛାତ୍ରଛାତ୍ରୀଙ୍କ ନାଁ ରେ ଆସିବ ନୂଆ ଯୋଜନା । ଏହି ନୂଆ ଯୋଜନା ଚଳିତ ବର୍ଷରୁ ଆରମ୍ଭ କରିବେ ସରକାର । ଏବେ ସରକାରଙ୍କ ପକ୍ଷରୁ ଏହାର ସମ୍ପୂର୍ଣ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ବୋଲି କହିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଅର୍ଥ ପାଇଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଉଥିବା ପିଲାଙ୍କ ଭବିଷ୍ୟତ ପାଇଁ ଏଣିକି ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର । ପୂର୍ବର ବିଜେଡି ସରକାର ନୂଆ ଓ କାର୍ଯ୍ୟକ୍ରମରେ କଲେଜରେ ନାଚ ଗୀତ କରି ଖର୍ଚ୍ଚ କରିଥିଲେ ପ୍ରାୟ ୯୫ କୋଟି କୋଟି କୋଟି ଟଙ୍କା । ଯାହାକୁ ଏବେ ସମ୍ପୂର୍ଣ ଭାବରେ ବନ୍ଦ କରିଛନ୍ତି ମୋହନ ସରକାର।
