କଟକ ଚୌଦ୍ୱାରରେ ଦିନ ଦ୍ୱିପହରେ ବଜାର ଶାନ୍ତି ପ୍ଲାଜା ସମ୍ମୁଖରେ ଜଣେ ବୃଦ୍ଧଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟିନେଇ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ତିନ ଦୁର୍ବୃତ୍ତ । ବୃଦ୍ଧ ଜଣଙ୍କ ଚୌଦ୍ଵାର ଚାରିବାଟିଆ ବିରାଟ ବଜାର ଶାନ୍ତି ପ୍ଲାଜା ସମ୍ମୁଖରେ ଛିଡ଼ା ହୋଇଥିଲେ । ସେହି ସମୟରେ ଦୁର୍ବୃତ୍ତ ମାନେ ଆସି ବୃଦ୍ଧଙ୍କୁ ପ୍ରଥମେ କିଛି ଟଙ୍କା ବିଡ଼ା ପାଖରେ ପଡିଥିବା କହିଥିଲେ, ମାତ୍ର ବୃଦ୍ଧ ଜଣଙ୍କ ମନା କରିବା ପରେ ଲୁଟେରାମାନେ ବୃଦ୍ଧଙ୍କୁ ସେଇ ଟଙ୍କା ବିଡ଼ା ଉଠାଇ ଦେବା ପାଇଁ କହିଥିଲେ । ବୃଦ୍ଧ ଜଣଙ୍କ ଟଙ୍କା ଉଠାଇବା ସମୟରେ ଲୁଟେରାମାନେ ବୃଦ୍ଧଙ୍କ ସ୍କୁଟିରୁ ୩ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ । ପରେ ଏହି ଘଟଣା cc କ୍ୟାମେରାରେ କଏଦ ହୋଇଛି । ଏ ବିଷୟରେ ବୃଦ୍ଧ ଜଣଙ୍କ ଏ ନେଇ ଚୌଦ୍ଵାର ପୋଲିସକୁ ଏତେଲା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ ପାଖରେ କିଛି ସୂଚନା ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଚୌଦ୍ଵାର ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ଭରସା ତୁଟିଯାଉଛି ।
ଚୌଦ୍ଵାର ପୋଲିସକୁ ଖୋଲା ଚାଲେଞ୍ଜ
