ମାସର ପ୍ରଥମ ଦିନରୁ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଲାଗୁ ହେଲା ନୂଆ ନିୟମ। ପୂର୍ବ ନିୟମରେ ହୋଇଛି ପରିବର୍ତ୍ତନ। ବୃଦ୍ଧି ହୋଇଛି ନୋମିନି ସଂଖ୍ୟା। ଏଣିକି ଜଣେ ନୁହେଁ ୪ଜଣ ରହିପାରିବେ ନୋମିନି। ଏଫଡି, ଆରଡି, ଓ ଜଏଣ୍ଟଆକାଉଣ୍ଟରେ ଲାଗୁ ହୋଇଛି ଏହି ନିୟମ। ଲକର ସେବାରେ ବି ହୋଇଛି ନିୟମ ପରିବର୍ତ୍ତନ। ବ୍ୟାଙ୍କ ଲକର ପାଇଁ କ୍ରମିକରେ ରହିବେ ନୋମିନି। ପ୍ରଥମ ନୋମିନି ନଥିଲେ, ଦ୍ୱୀତୀୟ ନୋମିନ କରିପାରିବେ ଆବେଦନ। ଏହା ସହ ଆଧାର କାର୍ଡ ଅପଡେଟ୍ ପାଇଁ ଯିବାକୁ ପଡିବନି ବ୍ୟାଙ୍କ। ଅନଲାଇନରେ ଆବେଦନରେ ଆଧାରକାର୍ଡ ଅପଡେଟ୍ ହୋଇପାରିବ। କେବଳ ବାୟୋ ମାଟ୍ରିକ ପାଇଁ ଯିବାକୁ ପଡିବ ଜନ ସେବା କେନ୍ଦ୍ର।
ବ୍ୟାଙ୍କ ନିୟମରେ ପରିବର୍ତ୍ତନ
