ମୁମ୍ବାଇ : ଗତ କାଲି ଅଙ୍ଗଦାନ ଦିବସ ଯାଇଥିବା ବେଳେ ବଲିଉଡରୁ ସାଉଥ୍ ପର୍ଯ୍ୟନ୍ତ ସେଲିବ୍ରିଟିମାନେ ସେମାନଙ୍କର ଅଙ୍ଗଦାନ କରିବା କଥା କହିଛନ୍ତି । ସାଉଥର ପାୱାର ଷ୍ଟାର ପୁନିତ ରାଜକୁମାର ଯାହାଙ୍କର ୨୦୨୧ ମସିହାରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ତାଙ୍କ ପରିବାର ତାଙ୍କର ଆଖି ଦାନ କରିଥିଲେ । ସେହିପରି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବର୍ଷ ବର୍ଷ ପୂର୍ବରୁ ତାଙ୍କ ଆଖି ଦାନ କରିବାକୁ ପ୍ରତିଜ୍ଞା କରିଥିଲେ । ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ଆଖି ଏବଂ ଅନ୍ୟାନ୍ୟ ଅଙ୍ଗ ଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ କୁହନ୍ତି ଯେ, “ଗୋଟିଏ ଦାନ ଅନେକ ଜୀବନ ବଞ୍ଚାଇପାରେ ।” ରଜନୀକାନ୍ତ ମଧ୍ୟ ସମ୍ପୂର୍ଣ୍ଣ ଶରୀରର ଅଙ୍ଗଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି । ରଜନୀକାନ୍ତ ବିଶ୍ୱାସ କରନ୍ତି, “ମୃତ୍ୟୁ ପରେ ମଧ୍ୟ ସେବା ଜାରି ରହିବା ଉଚିତ ।” ବଲିଉଡ଼ ଷ୍ଟାର ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କର ସମସ୍ତ ଅଙ୍ଗ ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି । ‘ମିଷ୍ଟର ପରଫେକ୍ସନିଷ୍ଟ’ ସମୟରେ ଆମିର ଖାନ ମଧ୍ୟ୍ୟ ତାଙ୍କର ସମସ୍ତ ଅଙ୍ଗ ଦାନ କରିବା କଥା କହିଥିଲେ । ଏହି ତାଲିକାରେ ସଲମାନ ଖାନ ମଧ୍ୟ ସାମିଲ ଅଛନ୍ତି । ସଲମାନ ତାଙ୍କର ଅସ୍ଥି ମଜ୍ଜା ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି । ଆର ମାଧବନ ତାଙ୍କର ସମ୍ପୂର୍ଣ୍ଣ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କମଲ ହାସନ ଆଖି ଠାରୁ କିଡନୀ ପର୍ଯ୍ୟନ୍ତ ସବୁକିଛି ଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କାଜଲ ଅଗ୍ରୱାଲଙ୍କ ପରି ଷ୍ଟାର ମଧ୍ୟ ଏହି ଲିଷ୍ଟରେ ସାମିଲ୍ ଅଛନ୍ତି । ଏହା ସହିତ ଜୁହି ଚାୱଲା ମଧ୍ୟ ତାଙ୍କ ଆଖି ଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି ।
