ଫୋକସ ପ୍ଲସ 7/12/2022( କେନ୍ଦ୍ରାପଡ଼ା): ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର ସଂଘ ଡାକରାରେ ଆଳି ବ୍ଲକର ଅଙ୍ଗନବାଡି କର୍ମୀମାନେ ଆଳି ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି l ସରକାରଙ୍କ ବୈମାତୃକ ମନୋଭାବ ଓ ବହିସ୍କୃତ କର୍ମୀଙ୍କୁ ପୁନଃ ନିଯୁକ୍ତି ସରକାରୀ ମାନ୍ୟତା ଦରମା ବୃଦ୍ଧି ଅବସରକାଳୀନ ସହାୟତା ରାଶି, ପେନସନ,କାର୍ଯ୍ୟରତ ଥିବା ବେଳେ ମୃତ୍ୟୁ କାଳୀନ ସହାୟତା ଆଦି 8 ଦଫା ଦାବି ପୂରଣ ନିମନ୍ତେ ସେମାନେ ଧାରଣା ଦେଇଛନ୍ତି l ଛଅଟି କାମ କରିବା ନିମନ୍ତେ ନିଯୁକ୍ତି ଦେଇ ଷାଠିଏ ପ୍ରକାର କାମ କରାଉଛନ୍ତି l କିନ୍ତୁ କାମ ତୁଳନାରେ ପ୍ରାପ୍ୟ ନାହିଁ l କୋଭିଡ ମହାମାରୀ ସମୟରେ ସମସ୍ତେ ଘରେ ଘରେ ରହୁଥିବା ବେଳେ ସେମାନେ କିଏ ଓଡିଶା ଫେରିଲା ଗାଁ ଗାଁ ବୁଲି ତଥ୍ୟ ସଂଗ୍ରହ କରୁଥିଲେ l ସରକାର ସେମାନଙ୍କ ମାଧମରେ ବିଭିନ୍ନ କାର୍ଯ୍ୟ କରାଉଥିବା ବେଳେ ସେମାନଙ୍କ ଦାବି କାହିଁକି ପୂରଣ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି |
