ନବରଙ୍ଗପୁରରେ ଡାକ୍ତରଙ୍କୁ ଗିରଫ ଦାବିରେ CDMO କାର୍ଯ୍ୟାଳୟ ଘେରାଓ

ଅଗଷ୍ଟ ୩୧ ତାରିଖରେ ଚିକିତ୍ସା ଅବହେଳାରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡବାସିନୀ ଗାଁରେ ଗର୍ଭବତୀ ଆଶା କର୍ମୀଙ୍କ ମୃତ୍ୟୁ ହୋଇଛି । ଅଭିଯୋଗ ପରେ Cଙ୍କୁ ଗିରଫ ଦାବି ନେଇ ଜିଲ୍ଲା ଆଶାକର୍ମୀ ସଂଘ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏନେଇ ଆଶାକର୍ମୀଙ୍କ ରାଲୀ ଷ୍ଟାଡିୟମ ନିକଟରୁ ବାହାରି ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି । ଡକ୍ଟରଙ୍କୁ ୬ ଘଣ୍ଟା ମଧ୍ୟରେ ଗିରଫ କରିବା, ମୃତ ଆଶାକର୍ମୀଙ୍କ ପରିବାରକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନେଇ ଦାବି ହୋଇଛି । ତା ସହ ଆଶା କର୍ମୀମାନଙ୍କୁ ମାସିକ ବେତନ ୨୪ ହଜାର ଟଙ୍କା, ଆଶାକର୍ମୀଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଦଶ ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତ୍ୟୁ ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ଭଳି ଦାବି କରିଛନ୍ତି । ଏନେଇ ଜିଲ୍ଲା ଆଶାକର୍ମୀ ସଂଘର ଶହ ଶହ କର୍ମକର୍ତ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *