ଭାରତରେ ଦିନକୁ ଦିନ କମି ଚାଲିଛି ଜନ୍ମହାର ସଂଖ୍ୟା । ଲୋକଙ୍କ ବୟସ ବୃଦ୍ଧି ଓ ଜନ୍ମହାରର ହ୍ରାସ ଯୋଗୁଁ ଭାରତ ଦ୍ରୃତଗତିରେ ବୟସ୍କଙ୍କ ଦେଶ ପାଲଟୁଛି । ଚଳିତ ବର୍ଷ ଭାରତର ମୋଟ ଜନସଂଖ୍ୟାର ଏକ ଚତୁର୍ଥାଂଶ ଲୋକଙ୍କ ବୟସ ୬୦ବର୍ଷ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି । ଯାହା ଦେଶ ଓ ଅର୍ଥନୀତି ପାଇଁ ବଡ଼ ବିପଦ ବୋଲି ଜଣାପଡ଼ିଛି । ଯୁବବର୍ଗ ହେଉଛନ୍ତି ଦେଶର ବଡ଼ ଶକ୍ତି । ଭାରତରେ ଲୋକଙ୍କ ଜନ୍ମହାର ହ୍ରାସ, ବୟସ୍କ ଲୋକଙ୍କ ସଂଖ୍ୟା ବୃଦ୍ଧି ଦେଶର ଆର୍ଥିକ କ୍ଷେତ୍ରରେ ବିପଦ ସୃଷ୍ଟି କରୁଛି । କିଛି ବର୍ଷ ହେବ ଭାରତ ଯୁବ ଜନସଂଖ୍ୟାକୁ ଦୁନିଆ ଆଗରେ ନିଜର ଶକ୍ତି ରୂପରେ ଉପସ୍ଥାପନା କରୁଛି । ଦେଶରେ ଅଧିକ କାମ କରୁଥିବା ଜନସଂଖ୍ୟା ଅଧିକ ଉତ୍ପାଦନ ଓ ବିକାଶରେ ସହାୟକ ହୋଇଥାଏ । ଭାରତରେ ଜନସଂଖ୍ୟା ବୃଦ୍ଧିର ଗତି ଧୀର ହେବାରେ ଲାଗିଛି । ଭାରତ ଅଧିକ ବେଗରେ ବୟସ୍କଙ୍କ ଦେଶ ହେବାରେ ଲାଗିଛି । ଅନ୍ୟପକ୍ଷରେ ଲୋକଙ୍କ ଜୀବନକାଳ ମଧ୍ୟ ବୃଦ୍ଧି ପାଉଛି । ଆର୍ଥିକ ଦିଗରେ ଜନସଂଖ୍ୟାକୁ ଦୃତ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି । ଦେଶର ଜନସଂଖ୍ୟାର ପ୍ରାୟ ୬୫ ପ୍ରତିଶତ ଲୋକଙ୍କ ବୟସ ୩୫ ବର୍ଷରୁ କମ୍ ହୋଇଥିବାରୁ ଆର୍ଥିକ କ୍ଷେତ୍ରରେ ଏହାର ବିନିଯୋଗ କରାଯାଉଥିଲା । ଦେଶର ଜନସଂଖ୍ୟା ବର୍ଷକୁ ବର୍ଷ କମିବାରେ ଲାଗିଛି । ଦେଶର ଜନସଂଖ୍ୟା ପ୍ରତିଶତ ହାରରେ ପ୍ରାୟ ଭିତ୍ତିଭୂମି, ଦକ୍ଷତା, ବିକାଶ ସହ ଶ୍ରମ ଶକ୍ତିର ବିସ୍ତାର ଉପରେ ଧ୍ୟାନ ନ ଦେଲେ ପରିସ୍ଥିତି ଖରାପ ହୋଇଥାଏ ।
