ଷ୍ଟକ୍ ମାର୍କେଟରେ ପଡିଲା ବଜେଟର ପ୍ରଭାବ

ବର୍ତ୍ତମାନ ଭାରତୀୟ ଷ୍ଟକ୍ ମାର୍କେଟରେ ପଡିଛି ବଜେଟ ର ପ୍ରଭାବ | ଏପଟେ ଲୋକସଭାରେ ବଜେଟ୍ ଉପସ୍ଥାପନ ହୋଇଥିବା ବେଳେ ସେପଟେ ଭାରତୀୟ ଷ୍ଟକ୍ ମାର୍କେଟରେ ବ୍ୟାପକ ହ୍ରାସ ହେଇଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ପୁଞ୍ଜି ଲାଭ କର ବୃଦ୍ଧି ଘୋଷଣା କରିବା ପରେ ଷ୍ଟକ୍ ମାର୍କେଟରେ ଏଭଳି ହ୍ରାସ ଘଟିଥିବା ଦେଖାଯାଇଛି। ରିପୋର୍ଟ ଅନୁସାରେ, ବଜେଟରେ ପୁଞ୍ଜି ଲାଭ କର ବୃଦ୍ଧି ଘୋଷଣା ହେବା ସଙ୍ଗେ ସଙ୍ଗେ 1,100 ପଏଣ୍ଟ ଖସି ଯାଇଥିଲା ସେନ୍ସକ୍ତ। ଘୋଷଣା ହେବାର ମାତ୍ର କିଛି ସମୟ ପରେ ଷ୍ଟକ୍ ମାର୍କେଟ୍ ସ୍ଥିର ହୋଇଛି। ବର୍ତ୍ତମାନ ଷ୍ଟକ୍ ମାର୍କେଟରେ ସେନସେକ୍ସ 400 ପଏଣ୍ଟ ହ୍ରାସ ହୋଇଥିବା ସହ ନିଫ୍ଟି ଏବେ ରେଡ୍ ମାର୍କରେ କାରବାର କରୁଛି। ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଭାଷଣ ସରୁ ସରୁ ସେନ୍ସେକ୍ସରେ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଥିଲା । ସେନ୍ସେକ୍ସ 1,266.17 ପଏଣ୍ଟ ହ୍ରାସ ପାଇ 79,235.91 ପଏଣ୍ଟରେ କାରବାର କରୁଥିବା ବେଳେ ନିଫ୍ଟି ଏବେ 435.05 ପଏଣ୍ଟ ହ୍ରାସ ସହିତ 24,074.20 ପଏଣ୍ଟରେ ପହଞ୍ଚିଛି। ଆଜି ସକାଳ ପ୍ରାୟ 9:45ରେ ବଜେଟ ଆରମ୍ଭ ହେବା ପୂର୍ବରୁ ସେନ୍ସେକ୍ସ 47 ପଏଣ୍ଟ ବା 0.06% ହ୍ରାସ ପାଇ 80,454ରେ ରହିଥିଲା ଏବଂ ନିଫ୍ଟି 21 ପଏଣ୍ଟ ବା 0.09% ହ୍ରାସ ସହ 24,487ରେ କାରବାର ଆରମ୍ଭ କରିଥିଲା। ଏହାପରେ ବଜେଟ ଉପସ୍ଥାପନ ସମୟରେ ପୁଞ୍ଜି ଲାଭ କର ଘୋଷଣା ହେବା ମାତ୍ରେ ଶେଆର ମାର୍କେଟରେ ବ୍ୟାପକ ପରିମାଣର ହ୍ରାସ ଘଟିଥିବା ଦେଖା ଯାଇଛି। ସୂଚନା ଅନୁସାରେ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୀର୍ଘ ମିଆଦି ପୁଞ୍ଜି ଲାଭ କର 10ରୁ 12.5% ପ୍ରତିଶତ ବୃଦ୍ଧି କରିଥିବା ବେଳେ ସ୍ୱଳ୍ପ ମିଆଦି ଲାଭ କର 15ରୁ 20% ପ୍ରତିଶତ କୁ ବୃଦ୍ଧି କରିଛନ୍ତି। ସେହିପରି ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟ୍ୟାକ୍ସ ମଧ୍ୟ 0.1%ରୁ 0.002% ପ୍ରତିଶତ କୁ ବୃଦ୍ଧି କରାଯାଇଛି।

Leave a Reply

Your email address will not be published. Required fields are marked *