ଭୁବନେଶ୍ୱର : ରାଜଧାନୀରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ଜାତୀୟ ହସ୍ତତନ୍ତ ଦିବସ ଉପଲକ୍ଷେ ଓଡ଼ିଶାରେ EKTA ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାଧୁରୀ ଦୀକ୍ଷିତ ଯୋଗ ଦେଇଛନ୍ତି । ଆଜି ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାଜ୍ୟପାଳ ଓ ସ୍ୱତନ୍ତ୍ର ଅତିଥି ଭାବେ ମାଧୁରୀ ଦୀକ୍ଷିତ ଯୋଗ ଦେଇଛନ୍ତି ।

ଓଡ଼ିଶା ହସ୍ତତନ୍ତର ବ୍ରଣ୍ଡ ଆମ୍ବାସଡର ହେଉଛନ୍ତି ମାଧୁରୀ ଦୀକ୍ଷିତ । ଜାତୀୟ ହସ୍ତତନ୍ତ ଦିବସରେ ଓଡ଼ିଶା ହସ୍ତତନ୍ତର କଥା କହିଲେ ମାଧୁରୀ ଦୀକ୍ଷିତ । ସମ୍ବଲପୁରୀ ଏହା କେବଳ ବୟନ ଓ ହସ୍ତତନ୍ତ ନୁହଁ ବୋଲି କହିଥିଲେ ମାଧୁରୀ । ଏହା ଓଡ଼ିଆଙ୍କ ସୃଜନଶୀଳତା, କଳା ଏବଂ ଅସ୍ମିତାର ପ୍ରମାଣ ବୋଲି କହିଛନ୍ତି । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ମେଳା ଲାଗି ରହିଛି । ବାହାର ରାଜ୍ୟର ବୁଣାକାରମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ।
