ଭାଇ ଭାଇ ଭିତରେ ରକ୍ତର ହୋଲି

ରାଇଘର: ସାମାନ୍ୟ ବଚସାକୁ କେନ୍ଦ୍ର କରି ସମ୍ପର୍କୀୟ ଭାଇ ଖେଳିଲା ରକ୍ତର ହୋଲି । ଭାଇ ଓ ଭଉଣୀର କଳହ ମେଣ୍ଟାଇବାକୁ ଯାଇ ମଦ ନିଶାରେ ଠେଙ୍ଗାରେ ପିଟି ନିଜ ପିଉସୀ ପୁଅ ଭାଇକୁ ହତ୍ୟା ହୋଇଥିବା ଘଟଣା ସାମ୍ମନାକୁ ଆସିଛି । ଏହିଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଯୋଡ଼େଙ୍ଗା ନୂଆଗାଁ ଆଦିବାସି ସାହିରେ । ମୃତ ସଫସିଂ ଗଣ୍ଡଙ୍କ ଭାଇ ବିଜୟ ରାଇଘର ଥାନାରେ ଅଭିଯୋଗ କରିବା ପରେ ହତ୍ୟାକାରୀ ରାଜେଶ ଗଣ୍ଡଙ୍କୁ ଅଟକ ରଖିଛନ୍ତି ନବରଙ୍ଗପୁର ପୋଲିସ । ସାଇଣ୍ଟିଫିକ ଟିମ ସହ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ରାଜେଶ ଗଣ୍ଡଙ୍କ ଘର ଖୁଡୁକୁ ଗ୍ରାମରେ, ସେ ତାଙ୍କ ଭାଇଙ୍କ କ୍ଷେତରେ କାମ କରିବାକୁ ୨୧ ନଭେମ୍ବର ସକାଳୁ ନୂଆଗାଁ ଆସିଥିଲେ । ଦିନ ସାରା ଜମିରେ କାମ କରିବା ପରେ ସଫସିଂ ଓ ରାଜେଶ ମିଶିକି ଏକାଠି ମଦ ପିଇବା ସହ ଖାଇଥିଲେ । ଏହାରି ମଧ୍ୟରେ ସଫସିଂ ଓ ତାଙ୍କ ଭଉଣୀ ମଧ୍ୟରେ କୌଣସି କାରଣ ବଶତଃ ପାଟିତୁଣ୍ଡ ହୋଇଥିଲା । ତେବେ ରାଜେଶ ଉଭୟଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ସମଧାନ ନ ହେବା ଯୋଗୁଁ ଏକ କାଠ ଫାଳିଆରେ ସଫସିଂ ମୁଣ୍ଡରେ ପାହାର ପକେଇଥିଲେ ଫଳରେ ସଫସିଂ ଗୁରୁତର ଆହତ ହୋଇଥିଲେ । ପରେ ହଟଭରଣ୍ଡୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୨୨ ନଭେମ୍ବରରେ ରାଇଘର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ରାଜେଶଙ୍କୁ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *