ଗଞ୍ଜାମ ଜିଲ୍ଲା ଚିକିଟୀପେଣ୍ଠ ଖେଳ ପଡିଆରେ ୧୨ ବର୍ଷରୁ ୧୭ ବର୍ଷ ବୟସ୍କ ଛାତ୍ରଛାତ୍ରୀଙ୍କୁ ନେଇ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଚିକିଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ବିଡ଼ିଓ, ଚିକିଟୀ ବ୍ଲକ ଅଧ୍ୟକ୍ଷ, ସିଡିପିଓ, ଏନ ଏ ସି ଅଧ୍ୟକ୍ଷା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ ବ୍ଲକ୍ର ସମସ୍ତ ୯୪ଟି ବିଦ୍ୟାଳୟକୁ ଚାରୋଟି ଜୋନରେ ବିଭକ୍ତ କରି ୨ ଦିନରେ ୪୫୦ ଜଣ ପ୍ରତିଯୋଗି ଭାଗ ନେଇଛନ୍ତି । ଏହା ସହ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ନିମନ୍ତେ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଭାଗର ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।