ନାରୀ ନିର୍ଯ୍ୟାତନା ବୃଦ୍ଧି ହେଉଥିବା ବେଳେ ବିଜେପି କରୁଛି ମା’ ନାଁରେ ବୃକ୍ଷରୋପଣ । ଡିଜିଙ୍କ ଉଦ୍ଦେଶ୍ୟରେ 3ଘଟିକା ସମୟରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅଧିକ୍ଷକଙ୍କୁ ସ୍ମାରକପତ୍ର ଦେଲେ ମହିଳା ବିଜେଡି। ୧୪ମାସର ବିଜେପି ସରକାରରେ ପ୍ରତିଦିନ ମହିଳା ବିରୋଧି ଲୋମହର୍ଷଣକାରୀ ଘଟଣାମାନ ଘଟିବାରେ ଲାଗିଛି। ଶିକ୍ଷାନୁଷ୍ଠାନ, କର୍ମକ୍ଷେତ୍ର, ରାସ୍ତାଘାଟ କେଉଁଠି ବି ମହିଳା ସୁରକ୍ଷିତ ନାହାନ୍ତି । ବିଜେପି ସରକାର ଆସିବା ପରେ ୩୫୦୦ରୁ ଊଦ୍ଧ୍ୱ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପ୍ରତ୍ୟେକ ଲୋକର ମାନସିକ ଶାନ୍ତିକୁ ଦୋହଲାଇଛି। ସଭାପତିଙ୍କ ନିର୍ଦେଶକ୍ରମେ ମହିଳା ବିଜେଡି ଜିଲ୍ଲା ଏସ୍ପି ଅଫିସ୍ ସମ୍ମୁଖରେ ପ୍ରତିବାଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍ ଡିଜିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ରାଜ୍ୟରେ ଦୁଇ ଜଣ ମହିଳା ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀ ଆସନରେ ଥାଇ ମଧ୍ୟ ମହିଳାମାନେ କିପରି ନିର୍ଯ୍ୟାତନାର ଶିକାର ହେଉଛନ୍ତି ତାହା ପ୍ରଶ୍ନବାଚୀ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ, ଦଶପଲ୍ଲା ବିଧାୟକ, ଶହ ଶହ ସଂଖ୍ୟାରେ ମହିଳା ସାମିଲ ହୋଇ ମହିଳା ଅନ୍ୟାୟ, ଅତ୍ୟାଚାର ଏବଂ ହିଂସାକୁ ରୋକିବା ପାଇଁ ଦାବି କରିଛନ୍ତି। ଜିଲ୍ଲା ମହିଳା ସଭାନେତ୍ରିଙ୍କ ନେତୃତ୍ୱରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଶହଶହ ମହିଳା ଦାବିପତ୍ର ପ୍ରଦାନ କରିଥିବାର ସୂଚନା ରହିଛି।