ଉଡ଼ିଲା ବିଜେଡି ବିଧାୟକଙ୍କ ଧଜ୍ଜିୟା । ସଭା ଆରମ୍ଭ ପୂର୍ବରୁ ବିଜେଡ଼ି ବିଧାୟକଙ୍କୁ ଧକ୍କା ମାରି ଦେଖାଗଲା ବାହାରର ରାସ୍ତା । ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀ ର ଭିତ୍ତିପ୍ରସ୍ତର ସ୍ଥାପନ ସଭା ଆରମ୍ଭ ପୂର୍ବରୁ ବାହାର କରିଦେଲେ । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଣୀକଣା ଓ ଲୁଙ୍ଗୁରୀ ଠାରେ ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡ଼ିଓ ଆଭାସି ମାଧ୍ୟମରେ ଓଡ଼ିଶାର ୧୨ ଜିଲ୍ଲାରେ ୨୭ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିଛନ୍ତି । ଏହି ଅବସରରେ କୋରାପୁଟ ଜିଲ୍ଲା ସେମିଳୀଗୁଡ଼ା ବ୍ଲକ୍ ଅନ୍ତର୍ଗତ ରାଣୀକଣା ଠାରେ ପ୍ଲାଇଉଡ୍ କମ୍ପାନୀ ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀ ର ଭିତ୍ତିପ୍ରସ୍ତର ସ୍ଥାପନ ଦିବସରେ ପଟାଙ୍ଗୀର ପୂର୍ବତନ ବିଜେଡ଼ି ବିଧାୟକ ପ୍ରଫୁଲ୍ଲ ପାଙ୍ଗି ସଭାସ୍ଥଳ କୁ ଯାଇ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ମାନଙ୍କୁ କୋଣ ପାଇଁ ନିମନ୍ତ୍ରଣ କରାଯାଇନାହିଁ ବୋଲିପ୍ରଶ୍ନ ପଚାରିବାରୁ ସଭା ଆରମ୍ଭ ପୂର୍ବରୁ ଶ୍ରୀ ପାଙ୍ଗିଙ୍କୁ ସଭା ସ୍ଥଳରୁ ଧକ୍କା ମାରି ବାହାର କରିଦବା ଭିଡ଼ିଓ ଏବେ ଭାଇରାଲ ହେବା ରେ ଲାଗିଛି ।ଏହି ପରି ବ୍ୟବହାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟଛି ।
ଉଡ଼ିଲା ବିଜେଡି ବିଧାୟକଙ୍କ ଧଜ୍ଜିୟା
