ନୂଆପଡା: ନୂଆପଡାରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ଜନ ସମ୍ପର୍କ ପଦଯାତ୍ରା । ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ବିଜେଡିର ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନ ଛୁରିଆଙ୍କ ନେତୃତ୍ୱରେ ଦଳ ଜନସମ୍ପର୍କ ପଦଯାତ୍ରା କରିଛନ୍ତି । ସ୍ନେହାଙ୍ଗିନ ଛୁରିଆ କହିଛନ୍ତି ଯେ ଢୋଲକିଆଙ୍କ ନେତୃତ୍ୱରେ ବିଜେଡି ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ କରିଛି । ବିଧାୟକ ବିଜୁ ଜନତା ଦଳରେ ରହି କାମ କରୁଥିଲେ, ଏହି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବ । ମହିଳାମାନେ ଏଠାରେ ସଂକଳ୍ପ ନେଇଛନ୍ତି, ରାଜୁ ଭାଇଙ୍କ ସହ ରହି ଅଧୁରା ସ୍ୱପ୍ନକୁ ପୂରଣ କରିବୁ। ବିଜୁ ଜନତା ଦଳର ବିଜୟ ଧାରା ଆଜିଠୁ ଆହୁରି ଜାରି ରହିବ । ଆମେ ଚାହୁଁଛୁ ଢୋଲକିଆଙ୍କ ପରିବାରରୁ ହିଁ ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି। ବିଜୁ ଜନତା ମହିଳା ଦଳର ଜନ ସଂପର୍କ ପଦଯାତ୍ରାରେ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ନର୍ଲା ବିଧାୟିକା ମନୋରମା ମହାନ୍ତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡଲି ମାଝୀ, ଉପାଧ୍ୟକ୍ଷ ଦୀପିକା ଦୀପ ଖଡ଼ିଆଳ ବିଧାୟକ ଅବନୀ ରଞ୍ଜନ ଯୋଶୀ ସୋନପୁରର ନିରଞ୍ଜନ ପୁଝାରୀ ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରି ସାହୁ, କୋମନା ନୂଆପଡ଼ା ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।
