କୋରାପୁଟ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହୋଇଛି ଭାରତମାଳା ଟନେଲ

ରାୟପୁରଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଭାରତମାଳା ପ୍ରକଳ୍ପ ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତମାଳା ପକଳ୍ପ କୋରାପୁଟ ଜ଼ିଲ୍ଲାର ବ୍ୟବସାୟୀ ଓ ପର୍ଯ୍ୟଟନ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ 16 ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ରାୟପୁରଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଭାରତମାଳା ପ୍ରକଳ୍ପ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପ୍ରକଳ୍ପ ଜରିଆରେ 124 କିଲୋମିଟର ରାସ୍ତା 4600 କୋଟି ଟଙ୍କା ବ୍ୟୟ ଅଟକଳରେ କୋରାପୁଟ ଜ଼ିଲ୍ଲାରେ ନିର୍ମାଣ ହୋଇଛି। ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି ଅଞ୍ଚଳରେ 2ଟି ଅତ୍ୟାଧୁନିକ ଟନେଲ୍ ନିର୍ମାଣ କରାଯାଉଛି । ଏହା ଓଡ଼ିଶାର ପ୍ରଥମ ଉଚ୍ଚତମ ସୁଡ଼ଙ୍ଗର ମାନ୍ୟତା ପାଇବ। ରାସ୍ତା ନିର୍ମାଣ କାର୍ଯ୍ୟ ସରିବା ପରେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ଥିବା ଟ୍ରାଫିକ ସମସ୍ୟାର ସମାଧାନ ହେବ । କୋରାପୁଟ ଜ଼ିଲ୍ଲା ସୀମାରେ ଥିବା ଶୁଙ୍କି ଘାଟିରେ ସମୁଦ୍ର ପତନଠାରୁ ପ୍ରାୟ 3 ହଜାର ଫୁଟ ଉଚ୍ଚରେ ଘାଟି ରାସ୍ତା ନିର୍ମାଣ ହେଉଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ଏହି ରାସ୍ତା ନିର୍ମାଣ ପାଇଁ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର 873 ହେକ୍ଟର ବେସରକାରୀ ଜାଗା, 307 ହେକ୍ଟର ସରକାରୀ ଜାଗା ଏବଂ 363 ହେକ୍ଟର ଜଙ୍ଗଲ ଜାଗା ଅଧି ଗ୍ରହଣ କରାଯାଇଛି। ସେହିପରି ଜଙ୍ଗଲ ରାସ୍ତାରେ 35 ମିଟର ଏବଂ ଅଣ ଜଙ୍ଗଲ ରାସ୍ତାରେ 60 ମିଟର ଓସାରିଆ ରାସ୍ତା ନିର୍ମାଣ ହେବା ରହିଛି। ଭାରତ ମାଳା ପକଳ୍ପ ହେବା ଦ୍ଵାରା କୋରାପୁଟ ଜ଼ିଲ୍ଲାର ବ୍ୟବସାୟୀ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଘଟିବା ସହିତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଏହି ପକଳ୍ପ ଦ୍ଵାରା କୋରାପୁଟ ବାସିନ୍ଦାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *