ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି,ଦାୟିତ୍ୱ ନେଲେ ରାଜୀବ ଶୁକ୍ଲା।

ବିସିସିଆଇର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରୋଜର ବିନ୍ନି। ଏଭଳି ଏକ ଖବର ଏବେ ଜାତୀୟ ଗଣମାଧ୍ୟମ ଦୈନିକ ଜାଗରଣରେ ପ୍ରକାଶ ପାଇଛି। ପ୍ରକାଶିତ ଖବରରେ କୁହାଯାଇଛି ଯେ, ସେ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ରୋଜର ବିନ୍ନିଙ୍କ ଇସ୍ତଫା ପରେ, ବୋର୍ଡର ଦାୟିତ୍ୱ ଏବେ ରାଜୀବ ଶୁକ୍ଳାଙ୍କ କାନ୍ଧକୁ ଆସିଛି। ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ରାଜୀବ ଶୁକ୍ଳା ବିସିସିଆଇର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। 

ହିନ୍ଦୀ ଖବରକାଗଜ ଦୈନିକ ଜାଗରଣର ରିପୋର୍ଟ ଅନୁଯାୟୀ, ବୁଧବାର ବିସିସିଆଇର ଆପେକ୍ସ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଡା ରାଜୀବ ଶୁକ୍ଳାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆପେକ୍ସ ପରିଷଦ ବୈଠକରେ ଡ୍ରିମ୧୧ର ଚୁକ୍ତିନାମାର ଅବଧି ଏବଂ ଆଗାମୀ ଅଢ଼େଇ ବର୍ଷ ପାଇଁ ନୂତନ ପ୍ରାୟୋଜକଙ୍କୁ ଆଣିବାର ସମ୍ଭାବନା ଉପରେ ଆଲୋଚନା କରାଯାଇଥିଲା। ତେବେ ସମସ୍ୟା ହେଉଛି ଯେ, ଏସିଆ କପ୍ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେଉଛି ଏବଂ ଏତେ କମ୍ ସମୟ ମଧ୍ୟରେ ନୂତନ ପ୍ରାୟୋଜକ ଖୋଜିବା ସହଜ ନୁହେଁ।



Leave a Reply

Your email address will not be published. Required fields are marked *