ବାଲିଯାତ୍ରା ଶେଷ : ଯୁଆଡେ ଦେଖିବ କୁଢ଼ କୁଢ଼ ଅଳିଆ

କଟକ: କଟକ ଐତିହାସିକ ବାଲିଯାତ୍ରା ଶେଷ ହୋଇଛି । ହେଲେ ପଡ଼ିଆରେ ଯୁଆଡେ ଦେଖିବ ପଡିରହିଛି କୁଢ଼ କୁଢ଼ ଅଳିଆ । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । କିନ୍ତୁ ସ୍ୱଚ୍ଛତା ପ୍ରତି କାହାର ନିଘା ନଥିବା ଅଭିଯୋଗ ହୋଇଛି । ଏବେ ବି କିଛି ବ୍ୟବସାୟୀ ବ୍ୟବସାୟ କରୁଛନ୍ତି । ଅସନ୍ତୋଷ ଜାହିର କରିଛନ୍ତି କଟକ ବାସିନ୍ଦା । ଯେଉଁମାନେ ସଫେଇ ଦାୟିତ୍ୱ ନେଇଛନ୍ତି ସେମାନେ ନିଜ ଦାୟିତ୍ୱରେ ହେଳା କରୁଥିବା ଅଭିଯୋଗ ହୋଇଛି । ପଲିଥିନଠାରୁ ଆରମ୍ଭ କରି ବାସୀ ଖାଦ୍ୟ ସବୁ ବାଲିଯାତ୍ରା ପଡ଼ିଆରେ ଗଦା ହୋଇଛି । ଯଥାଶୀଘ୍ର ସଫେଇ କାର୍ଯ୍ୟ କରାଯିବା ଆବଶ୍ୟକତା ରହିଛି ବୋଲି କଟକ ବାସିନ୍ଦା କହିଛନ୍ତି । ଅନ୍ୟପଟେ ବାଲିଯାତ୍ରାରେ ହୋଇଥିବା ଟେଣ୍ଟ କଢ଼ା ଯିବା ପରେ ଦିନେ ଦୁଇ ଭିତରେ ବାଲିଯାତ୍ରା ପଡ଼ିଆକୁ ସଫା କରାଯାଇ ପୂର୍ବ ଅବସ୍ଥାକୁ ଫେରାଇ ଅଣାଯିବ ବୋଲି କହିଛନ୍ତି କଟକ ମେୟର ।

Leave a Reply

Your email address will not be published. Required fields are marked *