ବନ୍ଦ ହେଲା ବଦ୍ରିନାଥ ଧାମ କପାଟ। ୬ ମାସ ପାଇଁ ବନ୍ଦ ରହିଲା ବଦ୍ରିନାଥ ଧାମ। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଅବସ୍ଥିତ ଭଗବାନ ବିଷ୍ଣୁଙ୍କ ପବିତ୍ର ତୀର୍ଥସ୍ଥଳ ବଦ୍ରିନାଥ ଧାମର କପାଟ ୨୫ ନଭେମ୍ବର ୨୦୨୫ ମଙ୍ଗଳବାର ଦିନ ୨ଟା ୫୬ ମିନିଟରେ ବନ୍ଦ ହୋଇଛି। ଶୀତ ଋତୁ ପାଇଁ ଏହାକୁ ୬ ମାସ ପାଇଁ ବନ୍ଦ ରଖାଯାଇଛି। ଆଗାମୀ ୬ ମାସ ପାଇଁ ବଦ୍ରିନାଥଙ୍କୁ ଯୋଶୀମଠରେ ପୂଜା କରାଯିବ। ବଦ୍ରିନାଥ ଧାମର କପାଟ ବନ୍ଦ ହେବା ସହ ଔପଚାରିକ ଭାବେ ଚାରିଧାମ ଯାତ୍ରା ମଧ୍ୟ ସମାପନ ହୋଇଛି। ତେବେ ୧୨ କ୍ବିଣ୍ଟାଲ ଫୁଲରେ ମନ୍ଦିରକୁ ସଜା ଯାଇଛି। ତେବେ ଅନ୍ତିମ ଦର୍ଶନ ବେଳେ ଘଣ୍ଟ, ଘଣ୍ଟା, ମନ୍ତ୍ର ଧ୍ବନିରେ କମ୍ପିଥିଲା ପରିବେଶ। ହିମାଳୟରେ ଶୀତଦିନ ଅତ୍ୟନ୍ତ କଠିନ। ପ୍ରବଳ ତୁଷାରପାତ ଏବଂ ଅତ୍ୟଧିକ ଥଣ୍ଡା ପାଇଁ ଭକ୍ତମାନ ମନ୍ଦିର ପରିସରରେ ପହଞ୍ଚିବା କଷ୍ଟକର ହୋଇପଡେ। ତେଣୁ ଏହି କାରଣରୁ ପ୍ରତିବର୍ଷ ବଦ୍ରିନାଥ ଧାମର ଦ୍ୱାର ଛଅ ମାସ ପାଇଁ ବନ୍ଦ ରହିଥାଏ। ତେବେ ବଦ୍ରିନାଥ ମନ୍ଦିର ପୁନଃ ଖୋଲିବାର ତାରିଖ ଅକ୍ଷୟ ତୃତୀୟାରେ ନିର୍ଣ୍ଣୟ କରାଯାଏ। ପ୍ରତିବର୍ଷ ଏପ୍ରିଲ-ମେ ମାସରେ ଭକ୍ତମାନଙ୍କ ପାଇଁ ଦ୍ୱାର ଖୋଲାଯାଏ।
ଶୀତ ଋତୁ ପାଇଁ ବନ୍ଦ ହେଲା ବଦ୍ରିନାଥ ଧାମ
