ଶତ୍ରୁତାକୁ ନେଇ ଭୁଜାଲିରେ ଆକ୍ରମଣ

ରାୟଗଡା: ରାୟଗଡାରେ ଜଣେ ଫାଷ୍ଟଫୁଡ୍ ବ୍ୟବସାୟୀଙ୍କ ଉପରେ ପୂର୍ବ ଶତ୍ରୁତାକୁ ନେଇ ଭୁଜାଲିରେ ଆକ୍ରମଣ । ବ୍ୟବସାୟୀଙ୍କ ଡାହାଣ ହାତରେ ଭୁଜାଲି ମାଡ଼ ହୋଇଛି । ଆହତ ବ୍ୟବସାୟୀ ପ୍ରମୋଦ ଅଗ୍ରୱାଲଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ତନାଘନା ଜାରି କରିଛି । ଭୁଜାଲିରେ ଆକ୍ରମଣ କରିଥିବା ଯୁବକ ଜଣେ ସ୍କ୍ରାପ୍ ବ୍ୟବସାୟୀ । ଆଜି ପ୍ରମୋଦ ଫାଷ୍ଟଫୁଡ୍ ଦୋକାନରେ ବସିଥିବା ବେଳେ ଦୁର୍ବୃତ୍ତ ଏକ ଭୁଜାଲିରେ ପ୍ରମୋଦର ବେକକୁ ହାଣିବାକୁ ଉଦ୍ୟମ କରିଥିଲା । ନିଜକୁ ବଞ୍ଚାଇବା ପାଇଁ ପ୍ରମୋଦ ହାତକୁ ଉପରକୁ ଉଠାଇ ଥିବାବେଳେ ହାତରେ ଭୁଜାଲି ମାଡ ହୋଇଛି । ପୂର୍ବରୁ ମଧ୍ୟ୍ୟ ଦୁର୍ବୃତ୍ତ ପ୍ରମୋଦଙ୍କର ଫାଷ୍ଟପୁଡ଼ ଦୋକାନ ଚୋରି କରିବାକୁ ଉଦମ୍ୟ କରୁଥିଲା । ଏନେଇ ଥାନାରେ ମଧ୍ୟ୍ୟ ଏତଲା ହୋଇଥିଲା । ଚିକିତ୍ସା ପରେ ଆହତ ପ୍ରମୋଦ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ଡାକ୍ତର।

Leave a Reply

Your email address will not be published. Required fields are marked *