ପାରାଦ୍ୱୀପ ବାଲିଯାତ୍ରାରେ ଲାଗୁହେବ ୧୬୩ ଧାରା

ବନ୍ଦର ନଗରୀ ପାରାଦ୍ୱୀପ ସମୁଦ୍ରକୂଳରେ ଜମିବ ଯାତ୍ରା । ଲାଗିବ ଲୋକଙ୍କ ଗହଳି ଖୋଲିବ ଭଳି କି ଭଳି ଦୋକାନ । ଯାହାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ୧୬୩ ଧାରା ଲାଗୁ ହୋଇଛି । ଚାରିଜଣ ଏକାଠି ହେଲେ କଟକଣା । ତେବେ ନଭେମ୍ବର ମାସରେ ହେବାକୁ ଥିବା ୭ ଦିନ ଧରି ଜଟାଧାର ବାଲିଯାତ୍ରା ମହୋତ୍ସବ ପାଇଁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ଅଞ୍ଚଳରେ BNSS ୧୬୩ ଧାରା ଲାଗୁ କରାଯିବ । ୪ ଜଣରୁ ଅଧିକ ଲୋକ ଏକତ୍ରିତ ନହେବାକୁ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *