ଶୀତଦିନ ଆସିବା ମାତ୍ରେ ସ୍କିନ ବହୁତ ଡ୍ରାଏ ହୋଇଯାଏ । ଥଣ୍ଡା ପବନ ଯୋଗୁଁ ଏହି ସମୟରେ ମୁହଁ ଶୁଷ୍କ ହୋଇଯାଏ । ଏପରି ସମସ୍ୟା ପାଇଁ ଆଲମଣ୍ଡ ବ୍ୟବହାର କରିପାରିବେ । ଡ୍ରାଏ ଫ୍ରୁଟସ୍ ମଧ୍ୟରେ ଆଲମଣ୍ଡକୁ ସବୁଠାରୁ ସ୍ୱାସ୍ଥ୍ୟକର । କିନ୍ତୁ ଆଲମଣ୍ଡ ତ୍ୱଚା ପାଇଁ ଯେତିକି ଲାଭଦାୟକ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ଆଲମଣ୍ଡରେ ଭିଟାମିନ୍ E ଥାଏ, ଯାହା ତ୍ୱଚାକୁ ନରମ ଏବଂ ଚମକଦାର କରିଥାଏ । ତେଣୁ ଆଲମଣ୍ଡକୁ କ୍ଷୀର ସହିତ ମିଶାଇ ମୁହଁରେ ଲଗାଯାଇପାରିବ । ଆଲମଣ୍ଡ ଏବଂ କ୍ଷୀରର ମିଶ୍ରଣ ମୁହଁରେ ଲଗାଇବା ଦ୍ୱାରା ବାର୍ଦ୍ଧକ୍ୟ, କୁଞ୍ଚନ ଏବଂ ଫାଇନ୍ ଲାଇନ୍ ହ୍ରାସ ପାଇଥାଏ । ଏହା କଳାଦାଗ ଏବଂ ହ୍ୱାଇଟ୍ ହେଡ୍ସକୁ ମଧ୍ୟ ହ୍ରାସ କରିପାରିବ ।
ପ୍ରସ୍ତୁତି ପ୍ରଣାଳୀ:
ମୁହଁରେ ଆଲମଣ୍ଡ ପ୍ୟାକ୍ ଲଗାଇବା ପାଇଁ, ପ୍ରଥମେ କିଛି ଆଲମଣ୍ଡକୁ ରାତିସାରା ପାଣିରେ ବୁଡ଼ାଇ ରଖନ୍ତୁ । ଯଦି ଆପଣ ଚାହାଁନ୍ତି, ତେବେ ଆଲମଣ୍ଡକୁ କିଛି ସମୟ ପାଇଁ ମଧ୍ୟ ଭିଜାଇପାରିବେ । ଏହାପରେ ଆଲମଣ୍ଡରେ କଞ୍ଚା କ୍ଷୀର ମିଶାଇ ଉଭୟ ଜିନିଷକୁ ଏକ ରୋଲିଂ ବୋର୍ଡ କିମ୍ବା ଅନ୍ୟ କୌଣସି ସ୍ଥାନରେ ପେଶି ଏକ ଭଲ ପେଷ୍ଟ ତିଆରି କରନ୍ତୁ । ପରେ ଏଥିରେ ୧ ଚାମଚ କ୍ଷୀର ମିଶାନ୍ତୁ । ଏବେ ଏହାକୁ ମୁହଁରେ ଲଗାନ୍ତୁ ଏବଂ ପ୍ରାୟ ଅଧ ଘଣ୍ଟା ପାଇଁ ଏପରି ଛାଡି ଦିଅନ୍ତୁ । ଯେତେବେଳେ ଏହା ସମ୍ପୂର୍ଣ୍ଣ ଶୁଖିଯିବ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ ।
ଫେସ୍ ପ୍ୟାକର ଲାଭ:
-ଡ୍ରାଏ ସ୍କିନ୍ ଥିବା ଲୋକମାନେ ନିଶ୍ଚିତ ଭାବରେ ଏହି ଆଲମଣ୍ଡ ଏବଂ କ୍ଷୀର ପ୍ୟାକ୍ ଲଗାଇବା ଉଚିତ । ଏହା ତ୍ୱଚାକୁ ନରମ କରିଥାଏ ଏବଂ ମୁହଁରେ ଚମକ ଆଣିଥାଏ ।
-ତ୍ୱଚାରୁ କଳାଦାଗ କମାଇବା ପାଇଁ ଆଲମଣ୍ଡ ଏବଂ କଞ୍ଚା କ୍ଷୀର ଖୁବ ପ୍ରଭାବଶାଳୀ ହୋଇଥାଏ ।
-କଞ୍ଚା କ୍ଷୀର ଏବଂ ଆଲମଣ୍ଡର ମିଶ୍ରଣ ଲଗାଇବା ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହ ବାର୍ଦ୍ଧକ୍ୟ ଲକ୍ଷଣକୁ ହ୍ରାସ କରିଥାଏ । ଯାହାଦ୍ୱାରା ଆପଣ ଅଧିକ ସମୟ ପାଇଁ ଯୁବା ଦେଖାଯିବେ ।
-ଏହି ଆଲମଣ୍ଡ ଏବଂ କ୍ଷୀର ପ୍ୟାକ୍ ଦାଗ, କଳା ଦାଗ ଏବଂ କୁଞ୍ଚନକୁ କମ କରିବାରେ ସାହାଯ୍ୟ କରିବ ।
ଥଣ୍ଡା ପାଇଁ ମୁହଁରେ ଲଗାନ୍ତୁ ଆଲମଣ୍ଡ ଫେସ୍ ପ୍ୟାକ୍
