ପୁଣି ଗଞ୍ଜାମରେ ଜଘନ୍ୟ ହତ୍ୟାକାଣ୍ଡ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ସୋରଡ଼ାପଲୀରେ ଘଟିଛି ହତ୍ୟାକାଣ୍ଡ । ପୁଣି ଥରେ ଗଞ୍ଜାମ ଜିଲ୍ଲାରେ ଘଟିଛି ଜଘନ୍ୟ ହତ୍ୟା କାଣ୍ଡ । ସାଙ୍ଗ ହୋଇ ମଦ ପିଇ ଜଣେ ଯୁବକଙ୍କୁ ୩ ଜଣ ଯୁବକ ମିଶି କୋଦାଳରେ ମରଣାନ୍ତକ ଆକ୍ରମଣ କରଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ସୋରଡ଼ା ପଲ୍ଲୀ ଗାଁର କୈଳାସ ଶବରଙ୍କର ମୃତ୍ୟୁ ହୋଇଛି । ଦୃବୃତ୍ତମାନେ କୋଦାଳରେ ମୁଣ୍ଡକୁ ହାଣି ଦେଇଥିବା ସୂଚନା । ପରେ ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଛି । ଅଭିଯୁକ୍ତ ଜଣକ ଶ୍ରୀକ୍ଷେତ୍ର ଶବର ଥାନାରେ ଆତ୍ମ ସମର୍ପଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨ ଅଭିଯୁକ୍ତ ଫେରାର ଥିବା ବେଳେ ଘଟଣା ସ୍ଥଳରେ ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସହ ପୁଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *