ନୟାଗଡ ଜିଲ୍ଲାରେ ପୁଣି ବୋମା ମାଡ

ନୟାଗଡ: ନୟାଗଡ ଜିଲ୍ଲାରେ ପୁଣି ଥରେ ବୋମାମାଡ଼ ହୋଇଛି । ଏଥିସହ ନୟାଗଡ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ମଧ୍ୟ ଲାଗିଛି । ଗତ ଦୁଇ ମାସ ଭିତରେ ଦୁଇ ଦୁଇଟି ବୋମା ମାଡ଼ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଉ ଏକ ବୋମାମାଡ଼ ଘଟଣା ଦେଖିବାକୁ ମିଳିଛି । ତେବେ CCTVରେ ବୋମାମାଡ଼ର live ଭିଡିଓ କଏଦ ହୋଇଥିବାବେଳେ ଏହାକୁ ନେଇ ଅଞ୍ଚଳବାସୀ ସ୍ତବ୍ଧ ହୋଇଯାଇଛନ୍ତି । ଅଭିଯୋଗ ଅନୁଯାଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୟାଗଡ଼ ଓଡ଼ଗାଁ ଥାନା ମଦନପୁର ଗାଁରେ ହୋଇଛି ବୋମା ମାଡ଼ । 3 ଜଣ ଯୁବକ ମଟର ସାଇକେଲରେ ଆସି ବୋମାମାଡ କରିଥିବା ସୂଚନା ରହିଛି । ଦୁର୍ବୃତ୍ତମାନେ ସୁଧାଂଶୁ ବେହେରାଙ୍କ ଘର ଝରକାକୁ ବୋମା ମାଡ଼ କରିବା ଫଳରେ ଘର ଝରକା ଭାଙ୍ଗି ଚୁରୁମାର ହୋଇଛି । ବୋମା ମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି । ଖବର ଘଟଣା ସ୍ଥଳରେ ସାଇଣ୍ଟିଫିକଟିମ ଏବଂ ଓଡଗାଁ ପୋଲିସ ପହଞ୍ଚି CCTV ଭିଡ଼ିଓକୁ ଆଧାର କରି ତଦନ୍ତ ଚଳାଇଛି । କିନ୍ତୁ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ହୋଇଛି ଓଡଗାଁ ପୋଲିସ ।

Leave a Reply

Your email address will not be published. Required fields are marked *