ପୁଣି ଘଟିଛି ଏକ ବଡ ଧରଣର ରେଳ ଦୁର୍ଘଟଣା। ଆଜି ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ ହୋଇଛି । ଝାଡ଼ଖଣ୍ଡର ବାରାବମ୍ବୋ ନିକଟରେ ଲାଇନଚ୍ଯୁତ ହୋଇଛି ହାୱଡା ମୁମ୍ବାଇ ଏକ୍ସପ୍ରେସ। ଟ୍ରେନର ପ୍ରାୟ ୧୮ଟି ବଗି ଲାଇନଚ୍ଯୁତ ହୋଇଛି। ଏକ ମାଲବାହୀ ଗାଡ଼ିକୁ ଧକ୍କା ଦେଇଥିବା ଯୋଗୁଁ ଟ୍ରେନଟି ଲାଇନଚ୍ଯୁତ ହୋଇଥିବା ଜଣାପଜିଛି। ଏହି ଦୁର୍ଘଟଣାରେ ୨ ପ୍ରାୟ ଜଣଙ୍କ ମୃତ୍ଯୁ ହୋଇଥିବାବେଳେ ୧୫୦ରୁ ଅଧିକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି। ଆଜି ଭୋର ପ୍ରାୟ ୩ଟା ୪୫ ମିନିଟ ସମୟରେ ଲାଇନଚ୍ଯୁତ ହୋଇଥିଲା ଏହି ଟ୍ରେନ। ଘଟଣାସ୍ଥଳରେ ଏନଡିଆରଏଫର ଟିମ ବାହାରିଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତ ମାନଙ୍କୁ ଉଦ୍ଧାର ଲାଗି ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ପହଞ୍ଚିବାରେ ଲାଗିଛନ୍ତି। ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଟ୍ରେନ ଲାଇନଚ୍ଯୁତ ହେବା ପରେ ରେଲୱେ ପକ୍ଷରୁ ହେଲପଲାଇନ ନମ୍ବର ଜାରି ହୋଇଛି।
ଟାଟାନଗର ହେଲ୍ପଲାଇନ ନମ୍ବର- ୦୬୫୭୨୨୯୦୩୨୪
ଚକ୍ରଧରପୁର -୦୬୫୮୭୨୩୮୦୭୨
ରାଉରକେଲା – ୦୬୬୧୨୫୦୧୦୭୨
ହାୱଡା – ୯୪୩୩୩୫୭୯୨୦
ରାଞ୍ଚି- ୦୬୫୧୨୭୮୭୧୧୫
