ଅଜ୍ମେର : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ମାଲବାହୀ ଟ୍ରେନ୍। ପୁଣିଥରେ ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ କରାଯାଇଥିଲା ବଡ ଷଡଯନ୍ତ୍ର। ବାରମ୍ବାର ଟ୍ରେନକୁ ଟାର୍ଗେଟ କରାଯାଉଛି। ଗତକାଲି କାଳିନ୍ଦୀ ଏକ୍ସପ୍ରେସ ଆଗରେ ଗ୍ୟାସ ସିଲିଣ୍ଡର ରଖି ଟ୍ରେନକୁ ଟାର୍ଗେଟ କରାଯାଇଥିବା ବେଳେ ଆଜି ରାଜସ୍ଥାନ ଆଜମେର୍ ନିକଟ ରେଳ ଧାରଣାରୁ ମିଳିଲା ବଡ଼ ସିମେଣ୍ଟ ବ୍ଲକ। ଟ୍ରାକରେ ରଖାଯାଇଥିବା ୭୦ କେଜିର ସିମେଣ୍ଟ ବ୍ଲକକୁ ଧକ୍କା ଦେଲା ଏକ ମାଲବାହୀ ଟ୍ରେନ୍। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଘଟଣା ଘଟିଥିଲା। ସିମେଣ୍ଟ ବ୍ଲକରେ ଧକ୍କା ଦେଲାପରେ ମାଲବାହୀ ଟ୍ରେନର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି। ଏନେଇ ଆରପିଏଫ୍ ପକ୍ଷରୁ ଏତଲା ଦିଆ ଯାଇଥିବା ବେଳେ ଏ ସଂପର୍କରେ ଅଧିକ ଖୋଳତାଡ ଆରମ୍ଭ କରିଛି ପୋଲିସ। ବାରମ୍ବାର ଟ୍ରେନକୁ ଏଭଳି ଟାର୍ଗେଟ ପରେ ଯାତ୍ରୀଙ୍କ ମଧ୍ୟରେ ଛନକା ପଶିଛି। ଏବେ ଟ୍ରେନରେ ଯାତ୍ରା କରିବା ପାଇଁ ମଧ୍ୟ ଡରିଲେଣି ଲୋକେ। ଗତ ମାସରେ ମଧ୍ୟ କାନପୁରରେ ଲାଇନଚ୍ୟୁତ ହୋଇଥିଲା ସାବରମତି ଏକ୍ସପ୍ରେସର ୨୨ଟି ବଗି ଏ ସମ୍ପର୍କରେ ସୂଚନା ଦେଇଥିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
