୪ କୋଟି ଟଙ୍କାର ଆମିଷ ଖାଇଗଲେ ଛାଡଖାଇରେ

ଭୁବନେଶ୍ୱର: ଛାଡଖାଇରେ ଖାଇଗଲେ ୪ କୋଟି ଟଙ୍କାର ଆମିଷ । ଆଜି ଭୁବନେଶ୍ୱରରେ ଜମିଛି ଆମିଷ ବିକ୍ରି । ରାଜଧାନୀ ବାସି ପାଳନ କରିଛନ୍ତି ଛାଡଖାଇ । ଆଜି ରାଜଧାନୀରେ ମାଛ ବାବଦରେ ୧ କୋଟି ୩୦ ଲକ୍ଷ ଏବଂ ଅଣ୍ଡା ବାବଦରେ ୩୨ ଲକ୍ଷ୍ ୫୫ ହଜାର ଟଙ୍କାର ବ୍ୟବସାୟ ହୋଇଛି । ସେହିଭଳି ମଟନ ବାବଦରେ ୧ କୋଟି ୨୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟବସାୟ ହୋଇଥିବା ବେଳେ, ଚିକେନ ବାବଦରେ ୧ କୋଟି ୧୧ ଲକ୍ଷ୍ ୨୫ ହଜାର ଟଙ୍କା ବ୍ୟସାୟ ହୋଇଛି । ଭୁବନେଶ୍ୱରରେ ଆଜି ମୋଟ ୪ କୋଟି ୧ ଲକ୍ଷ୍ ୩୦ ହଜାର ଟଙ୍କାର ବ୍ୟବସାୟ ହୋଇଥିବା କହିଛନ୍ତି ଆମିଷ ବ୍ୟବସାୟୀ ମହାସଂଘ ସଭାପତି ଶେଖ୍ ମୁନ୍ତକିମ୍ ୱସ । ଆସନ୍ତାକାଲି ରବିବାରରେ ଏହି ସଂଖ୍ୟା ଆହୁରି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥିପାଇଁ ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ଆଗୁଆ ଷ୍ଟକ୍ ରଖିଛି ।

Leave a Reply

Your email address will not be published. Required fields are marked *