ସମସ୍ତ ଷଡ଼ଯନ୍ତ୍ରକୁ ବିଫଳ କଲେ ସୁରକ୍ଷାକର୍ମୀ

ପୁଣିଥରେ ଜମ୍ମୁ ଓ କଶ୍ମୀରରେ ସେନା କ୍ୟାମ୍ପ ଉପରକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ରାଜୌରୀରେ ଥିବା ସେନା କ୍ୟାମ୍ପ୍ ଉପରେ ଏକ ବଡ଼ ଧରଣର ଆତଙ୍କୀ ଆକ୍ରମଣର ଉଦ୍ୟମ ହୋଇଥିଲା। ମାତ୍ର ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁଁ ଏହି ଆକ୍ରମଣ ଉଦ୍ୟମ ବିଫଳ ହୋଇଯାଇଛି। ତେବେ ଏଥିରେ କିଛି ସୁରକ୍ଷା କର୍ମୀ ମାନେ ଆହତ ହୋଇଥିବା ଜଣାପଡିଛି। ଆତଙ୍କବାଦୀମାନେ ରାଜୌରୀର ଗୁଣ୍ଡା ଗାଁରେ ଥିବା ଏକ ସେନା କ୍ୟାମ୍ପକୁ ଟାର୍ଗେଟ କରି ରାତି ପ୍ରାୟ ୩ଟା ପରେ ଆଖିବୁଜା ଫାୟାରିଂ ଆରମ୍ଭ କରିଥିଲେ।

ସୁରକ୍ଷାକର୍ମୀ ମାନେ ମଧ୍ୟ ପାଲଟା ଜବାବରେ ପ୍ରବଳ ଫାୟାରିଂ କରିବା ସହ ଆତଙ୍କବାଦୀ ରଚନା କରିଥିବା ସମସ୍ତ ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି। ଏପରି ଆକ୍ରମଣ ହେବା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏହାପରେ ସୁରକ୍ଷାକର୍ମୀମାନେ ସମ୍ପୂର୍ଣ୍ଣ ଅଞ୍ଚଳରକୁ ସିଲ୍‌ କରିବା ସହିତ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ଏହି ଆକ୍ରମଣ ପଛରେମୋଟ କେତେ ଜଣ ଆତଙ୍କବାଦୀ ସାମିଲ ହୋଇଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ତେବେ ଆତଙ୍କୀଙ୍କ ଆକ୍ରମଣରେ କିଛି ଯବାନ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *