ନୂଆଦିଲ୍ଲୀ: ଦିଲ୍ଲୀ NCRରେ ବାୟୁ ପ୍ରଦୂଷଣ ପାଇଁ ଖରାପ ସ୍ଥିତି । ଦିଲ୍ଲୀରେ ଚିନ୍ତାଜନକ ପରିସ୍ଥିତି। ପ୍ରଦୂଷଣକୁ ନେଇ ରାଜଧାନୀ ଦିଲ୍ଲୀରେ ଚିନ୍ତାଜନକ ସ୍ଥିତି। ଦିଲ୍ଲୀରେ ବାୟୁ ଗୁଣବତ୍ତା AQI ୪୪୦ ପାର କରିଛି । ଦିଲ୍ଲୀରେ ଲାଗୁ ହେଲା ଗ୍ରାପ-୪ କଟକଣା। ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫର୍ମ ହୋମ ନିର୍ଦେଶ । ଦିଲ୍ଲୀ NCRରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହିବପ୍ରବଳ ଥଣ୍ଡା ଏବଂ କୁହୁଡ଼ି ଯୋଗୁଁ ଦିଲ୍ଲୀର ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ଯାହା ଦ୍ୱାରା ଦିନକୁ ଦିନ ଦିଲ୍ଲୀ ପ୍ରଦୂଷଣ ବଢିବାରେ ଲାଗିଛି । ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୮୦ ରୁ ୪୯୦ ପାର୍ କରିଛି । ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀ ଏନସିଆରରେ ଗ୍ରାପ୍-IV ଲଗାଯାଇଛି । ସୂଚନାନୁଯାୟୀ, ଦିଲ୍ଲୀରେ ସକାଳର କୁହୁଡ଼ି ଏକ ବିପଦପୂର୍ଣ୍ଣ ସ୍ଥିତି ସୃଷ୍ଟି କରିଛି । ଦିଲ୍ଲୀ-ମେରଠ ହାଇୱେରେ କୁହୁଡ଼ି ଯୋଗୁଁ ଗାଡ଼ି ଚଳାଚଳ କରୁଥିବାର ଦେଖିବାକୁ ମିଳିଛି । ଦିଲ୍ଲୀ ପ୍ରଦୂଷଣ ସ୍ଥିତି ପାଇଁ ଆଜି ଗମ୍ଭୀର ସ୍ତରରେ ରହିଛି । ଏହି ସବୁକୁ ଦୃଷ୍ଟିରେ ରଖି ଗ୍ରାପ୍-୩ ଏବଂ ଗ୍ରାପ୍-୪ ପ୍ରତିବନ୍ଧକ ଲାଗୁ କରାଯାଇଛି । ଅନ୍ୟପଟେ ଶନିବାର ସନ୍ଧ୍ୟାରେ CAQM ତୁରନ୍ତ ପ୍ରଭାବ ସହିତ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ (GRAP)ର ୪ର୍ଥ ପର୍ଯ୍ୟାୟ କାର୍ଯ୍ୟକାରୀ କରିଛି । ଏଥିସହିତ ଗତକାଲି GRAP ୩ କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ଦିଲ୍ଲୀ-NCRରେ ବଢୁଛି ବାୟୁ ପ୍ରଦୂଷଣ
