ଭାପୁର ବ୍ଲକରେ ବହୁ ଚର୍ଚ୍ଚିତ ଦୁର୍ନୀତିର ତଦନ୍ତ କରିବ ଇଓଡବ୍ଲ୍ୟୁ। ପୁଣି ଫେରିଲା ଭାପୁର ବ୍ଲକରେ କୋଟି କୋଟି ଟଙ୍କା ଦୁର୍ନୀତି ଘଟଣା। ପୂର୍ବତନ ଉପାଧ୍ୟକ୍ଷ ଏବଂ ଦୁଇ ସହଯୋଗୀଙ୍କୁ ହାଜର ପାଇଁ ନୋଟିସ। ନୟାଗଡ଼ ଜିଲ୍ଲା ଭାପୁର ଅଞ୍ଚଳରେ ଗୋଟିଏ ରାସ୍ତାକୁ ଏକାଧିକ ବିଲ, ଜାଲ ଦସ୍ତଖତରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ଆତ୍ମସାତ କରାଯାଇଥିବା ଭଳି ସାଂଘାତିକ ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ଅଭିଯୋଗର ଦୀର୍ଘ ବର୍ଷ ପରେ ଏବେ ମାମଲାର ତଦନ୍ତ କରିବ ଇଓଡବ୍ଲ୍ୟୁ। ସୂଚନା ଅନୁଯାୟୀ, ଭାପୁର ବ୍ଲକରେ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତି ଘଟଣାରେ ୨୦୨୨ ମସିହାରେ ଫତେଗଡର ଯୁବକ ଅଭିଯୋଗ କରିଥିଲେ। ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଘଟଣାର ତଦନ୍ତ କରିବା ନିମନ୍ତେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମ ବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇ ଏହାର ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।