ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସାଢ଼େ ୪ ଘଣ୍ଟା ମାରାଥନ୍ ଜେରା କରିଛି ମୁମ୍ବାଇ ପୁଲିସର ଇଓଡବ୍ଲୁ । ୬୦ କୋଟି ଠକେଇ ମାମଲାରେ ଜେରା କରିଛି ଇଓଡବ୍ଲୁ । ଠକେଇ ମାମଲାରେ ଶିଳ୍ପା ସେଟ୍ଟୀଙ୍କ ସ୍ଵାମୀ ରାଜ କୁନ୍ଦ୍ରାଙ୍କ ସମେତ ୫ଜଣଙ୍କ ବୟାନ ରେକର୍ଡ କରିଛି ଇଓଡବ୍ଲୁ । ୬୦ କୋଟି ଠକେଇ କରିଥିବା କମ୍ପାନୀର ମାଲିକାନା ଉଭୟ ଶିଳ୍ପା ଓ ରାଜ କୁନ୍ଦ୍ରାଙ୍କ ନାଁରେ ରହିଥିଲା । ରିପୋର୍ଟ ଆଧାରରେ ଇଓଡବ୍ଲୁର ଜଣେ ଅଧିକାରୀ କହିଛନ୍ତି ଯେ, ମୁମ୍ବାଇ ପୁଲିସ ପଚରାଉଚରା କରିବା ପାଇଁ ଶିଳ୍ପା ସେଟ୍ଟୀଙ୍କ ବାସଭବନକୁ ଯାଇଥିଲେ । ପଚରାଉଚରା ସମୟରେ ସେ ତାଙ୍କ ବିଜ୍ଞାପନ କମ୍ପାନିର ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ ଥିବା କାରବାର ସମ୍ପର୍କରେ ବିଷୟରେ ସୂଚନା ଦେଇଥିଲେ ।
ପୁଣି ବିବାଦ ଘେରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ
