ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଧର୍ମେନ୍ଦ୍ର । ଜୀବନ ପାଇଁ ଦୀର୍ଘ ସଂଘର୍ଷ ପରେ ଘରକୁ ଫେରିଛନ୍ତି । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଧର୍ମେନ୍ଦ୍ର । ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ଡାକ୍ତର ପ୍ରତିତ୍ ସମଦାନୀ କହିଛନ୍ତି, ଆଜି ସକାଳେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଘରେ ତାଙ୍କର ଚିକିତ୍ସା କରାଯିବ । ତାଙ୍କ ପରିବାର ଲୋକ ତାଙ୍କୁ ଘରେ ଚିକିତ୍ସା ଯୋଗାଇ ଦେବାକୁ ନିଷ୍ପତ୍ତି ନେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ତେବେ ପରିବାର ପକ୍ଷରୁ ତାଙ୍କୁ ଘରକୁ ନେବାକୁ ନିଷ୍ପତ୍ତି ପରେ ହସ୍ପିଟାଲ ପକ୍ଷରୁ ତାଙ୍କୁ ଡିସଚାର୍ଜ କରାଯାଇଛି ଏନେଇ ଡାକ୍ତରଙ୍କ ସୂଚନା ମିଳିଛି । ୮୯ ବର୍ଷୀୟ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଏକ ଆମ୍ବୁଲାନ୍ସ ଧର୍ମେନ୍ଦ୍ରଙ୍କ ବଡ଼଼ପୁଅ ସନ୍ନି ଦେଓଲଙ୍କ ଜୁହୁସ୍ଥିତି ବାସଭାବନକୁ ବାହାରିଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *