ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ପୁଣି ICUକୁ ସ୍ଥାନାନ୍ତର। ତାଙ୍କର ସ୍ନାୟୁ ଜନିତ ସମସ୍ୟାରେ କୌଣସି ସୁଧାର ହୋଇନାହିଁ । ଗତ ୨୪ ଘଣ୍ଟାରେ ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଥିବାରୁ ଡାକ୍ତର ପୁଣି ଏମିତି ନିଷ୍ପତ୍ତି ନେଇଥିବା ଜଣାପଡିଛି । ଗତ ସେପ୍ଟେମ୍ୱର ୪ ତାରିଖରୁ ଅଭିଜିତ୍ ଭୁବନେଶ୍ୱର AIIMSରେ ଚିକିତ୍ସାଧୀନ ଅଛନ୍ତି । କିଛି ଦିନ ତଳେ ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ତାଙ୍କୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ପୁଣିଥରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ ଲିଭର, ଲଙ୍ଗସ ଆଦି ଗୁରୁତର ପ୍ରଭାବିତ ହେବା ସହ ବହୁବିଧ ରୋଗରେ ପୀଡ଼ିତ ଅଛନ୍ତି ଅଭିଜିତ ମଜୁମଦାର।
ପୁଣି ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ୍
