ବିହାର: ବିହାରର ଗୟାଜୀର ବୈରାଗୀ ମହଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। କିଛି ଯୁବକ ମିଶି ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦେଖିବାକୁ ମିଳୁଛି ଚାରି ଜଣ ଅପରାଧୀ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଉଛନ୍ତି। ତା’ପରେ କିଛି ସମୟ ମଧ୍ୟରେ ଗୋଟିଏ ପରେ ଗୋଟିଏ ଏପରି ଭାବେ ଯୁବକଙ୍କ ଛାତିରେ ଚାରୋଟି ଗୁଳି ଫୁଟାଇ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି ଚାରି ଅପରାଧୀ। ଏହି ଗୁଳିକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ମୃତକଙ୍କ ଯୁବକଙ୍କ ନାମ ସୁଭବ କୁମାର ଓ ବୟସ ୧୯ବର୍ଷ ଥିବା ଜଣାପଡ଼ିଛି। ସୁଭାବ କୁମାର ବୈରାଗୀ ମୋହଲ୍ଲାର ବାସିନ୍ଦା ଥିବା ଉପେନ୍ଦ୍ର ପାସୱାନଙ୍କ ପୁଅ ବୋଲି ଚିହ୍ନଟ କରାଯାଇଛି।
ପୁରୁଣା କଳିକୁ କେନ୍ଦ୍ର କରି ଚାଲିଗଲା ଯୁବକର ଜୀବନ
