ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ କାବୁ ହେଲେ ଜଣେ ବ୍ୟକ୍ତି

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ । ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ କାବୁକଲା ଜଗନ୍ନାଥ ଟେମ୍ପଲ ପୁଲିସ । ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୋଲିସ ଜେଟିପି ବ୍ୟକ୍ତି ଜଣଙ୍କୁ ଧରିଛି। ପରେ ତାଙ୍କୁ ସିଂହଦ୍ୱାର ପୋଲିସ ଜିମା ଦିଆଯାଇଛି। ବ୍ୟକ୍ତି ଜଣକ ବିହାରର ବୋଲି ପ୍ରାଥମିକ ସୂଚନା ମିଳିଛି । ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି । ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୋଲିସ । ପୂର୍ବରୁ ଗଞ୍ଜାମ ର ଜଣେ ବ୍ୟକ୍ତି ମନ୍ଦିର ଅଁଳା ବେଢ଼ା ଉପରକୁ ଚଢ଼ି ସୁରକ୍ଷାକୁ ଚ୍ୟାଲେଞ୍ଜ ଦେଇଥିଲେ। 

Leave a Reply

Your email address will not be published. Required fields are marked *